ରେଙ୍ଗାଲିକ୍ୟାମ୍ପ: ଚଳିତ ୨୦୨୩ ଶିକ୍ଷାବର୍ଷ ପାଇଁ ସ୍କାଉଟ୍ /ଗାଇଡ ରlଜ୍ୟ ପୁରସ୍କାର ପାଇଁ ଲିଖିତ ପରୀକ୍ଷା ଅନଲାଇନ୍ ମାଧ୍ୟମରେ ହୋଇଯାଇଛି। ଏଥିପାଇଁ ପୂର୍ବରୁ ଛାତ୍ର ଛାତ୍ରୀ ମାନେ ଫର୍ମ ପୂରଣ କରିଥିଲେ। ତେବେ ଆଗରୁ ଏହି ପରୀକ୍ଷା ଅନଲାଇନ୍ ମାଧ୍ୟମରେ ନ ହୋଇ ସିଧାସଳଖ ଭାବରେ ଲିଖିତ ପରୀକ୍ଷା ହେଇଥିଲା। କିନ୍ତୁ କରୋନା ମହାମାରୀ ସମୟରୁ କେବଳ ଲିଖିତ ପରୀକ୍ଷାକୁ ଅନଲାଇନ୍ ମାଧ୍ୟମରେ କରାଯାଉଛି। ଆଜି ଏହି ପରୀକ୍ଷା ବରଗଡ଼ ଜିଲ୍ଲାର ସମସ୍ତ ଛାତ୍ର ଛାତ୍ରୀ ନିଜ ନିଜ ମୋବାଇଲ ମାଧ୍ୟମରେ ବିଦ୍ୟାଳୟରେ ଦେଇଥିବା ବେଳେ ପରୀକ୍ଷାର୍ଥୀ ମାନଙ୍କ ଭିତରେ ଏକତା ଓ ଶୃଙ୍ଖଳତାର ଜ୍ଞାନ ବୃଦ୍ଧି କରିବାର ମହତ୍ ଉଦ୍ଦେଶ୍ୟ ନେଇ ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଅତାବିରା ବ୍ଲକ ଓ ବରପାଲି ବ୍ଲକର ସମସ୍ତ ସ୍କାଉଟ / ଗାଇଡ ମିଳିତ ଭାବରେ ଗୋଟିଏ ସ୍ଥାନରେ ବସି ପରୀକ୍ଷା ଦେଇଥିଲେ। ୧୨୬ ଜଣ ସ୍କାଉଟ ଓ ୭୦ ଜଣ ଗାଇଡ ମୋଟ ୧୯୬ ଜଣ ଏକତ୍ରିତ ଭାବେ ପରୀକ୍ଷା ଦେଇଥିଲେ।
Popular Categories



