www.samajalive.in
Sunday, December 14, 2025
23.1 C
Bhubaneswar

ସୁ-ପୋଷଣ ପ୍ରକଳ୍ପ ପକ୍ଷରୁ ବିଶ୍ଵ ଖାଦ୍ୟ ଦିବସ

ପାଟଣା: ଜାତୀୟ ସ୍ତରୀୟ ସାମାଜିକ ସେବା ପ୍ରଦାନକାରି ସଂସ୍ଥା ଆଇ. ଜି.ଏସ୍.ଏସ୍.ଏସ୍. ମାଧ୍ୟମରେ ଚାଲିଥିବା ସୁପୋଷଣ କାର୍ଯ୍ୟକ୍ରମ ତରଫରୁ ଘଟଗାଁ ବ୍ଲକର ଜୁଆଙ୍ଗ ଅଧ୍ୟୁଷିତ କୁଲାଡେରା ଠାରେ ସ୍ଥାନୀୟ ପାରମ୍ପରିକ ଖାଦ୍ୟ ପଦାର୍ଥକୁ ନେଇ ବିଶ୍ଵ ଖାଦ୍ୟ ଦିବସ ୨୦୨୩ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏଥିରେ ପ୍ରକଳ୍ପ ପରାମର୍ଶଦାତା ଶିବନାଥ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଧାରଣା ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଘଟଗାଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଜୟନ୍ତୀ ମହାନ୍ତ ଯୋଗ ଦେଇ ବିଭିନ୍ନ ପ୍ରକାର ଖାଦ୍ୟର ଗୁରୁତ୍ଵ ଉପରେ ଧାରଣା ଦେଇଥିଲେ। ବିଶେଷ ଭାବରେ ଶିଶୁ ଗର୍ଭବତୀ, ପ୍ରସୂତୀ ଓ କିଶୋରୀ ବାଳିକା ମାନଙ୍କ ଖାଦ୍ୟ ଉପରେ ଗୁରୁତ୍ଵ ଦେବା ସହ ଖାଦ୍ୟ ପ୍ରସ୍ତୁତି, ସଫା ସୁତୁରା ଉପରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ବିଭିନ୍ନ ପ୍ରକାର କ୍ଷୁଦ୍ର ଶସ୍ୟ ଜୈବିକ ପ୍ରଣାଳୀରେ ଚାଷ କରି ନିଜେ ସେଥିରୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି କରି ଖାଇବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ତାଲିମ ଦାତା ତଥା ସମାଜସେବୀ କୃଷ୍ଣଚନ୍ଦ୍ର ବାରିକ ଯୋଗ ଦେଇ ଏ ବର୍ଷର ବିଷୟବସ୍ତୁ ଜଳ ହେଉଛି ଜୀବନ ଜଳ ହେଉଛି ଖାଦ୍ୟ କାହାକୁ ଏଥିରୁ ବାଦ୍ ଦେବାନି ଉପରେ ଆଲୋକପାତ କରିଥିଲେ। ଏଥି ସହ ପରିବେଶକୁ ସଫାସୁତୁରା ରଖିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପଙ୍କଜିନି ମହାନ୍ତ ଓ ସବିତା ବଳ ପ୍ରମୁଖ ଯୋଗ ଦେଇଥିଲେ । ଶ୍ରବଣ କୁମାର ମହାରଣା, ଜଳଧର ନାଏକ ମାଣ୍ଡିଆ କାର୍ଯ୍ୟକ୍ରମର କ୍ଳଷ୍ଟର ସମ୍ବଳ ବ୍ୟକ୍ତି, ଅଙ୍ଗନୱାଡ଼ି କର୍ମୀ ସରସ୍ଵତୀ ଜୁଆଙ୍ଗ ପ୍ରମୁଖ ଉପସ୍ଥିତ ଥାଇ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ମାତୃଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ପଇଦପାଟଣାର ପଦ୍ମାବତୀ ମହାନ୍ତ, ସବିତା ମହାନ୍ତ,ଜୟନ୍ତୀ ମହାନ୍ତ,ଯଶୋଦା ମହାନ୍ତ, ଦ୍ରୌପଦୀ ମହାନ୍ତ, ପାର୍ବତୀ ସ୍ଵୟଂ ସହାୟିକା ଗୋଷ୍ଠୀ ମହୁଲଡିହା ମିନତି ନାଏକ ଓ ପ୍ରେମଲତା ବେହେରା ପ୍ରମୁଖ ମାଣ୍ଡିଆ ପ୍ରସ୍ତୁତି ବିଭିନ୍ନ ପ୍ରକାର ଖାଦ୍ୟ ଦ୍ରବ୍ୟର ତିଆରି କରିବାର ଶୈଳୀ ଉପରେ ଆଲୋଚନା କରିଥିଲେ। ମାଣ୍ଡିଆରୁ ତିଆରି କରିଥିବା ଖିରି ,ପିଠା ,କାକରା, ଆଳୁଚପ ଓ ବରାକୁ ଖାଇବା ସହ ଖାଦ୍ୟ ଦିବସର ମଜା ନେଇଥିଲେ। ଏଥିରେ କୁଲାଡେରା, ଗୟଳ ମୁଣ୍ଡା ଓ କୁଆଝରଣ ଗ୍ରାମରୁ ୬୦ ଜଣ ଗର୍ଭବତୀ ଓ ପ୍ରସୂତୀ ମା ଓ କିଶୋରୀ ବାଳିକା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଶ୍ରୀମତୀ ଜୁଆଙ୍ଗ, ଶକୁନ୍ତଳା ଜୁଆଙ୍ଗ ଓ ଗ୍ରାମ୍ୟ ସ୍ୱେଚ୍ଛାସେବୀ ମାନେ କାର୍ଯ୍ୟ ପରିଚାଳନା କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories