ବାଉଁଶୁଣି: ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଏବେ ବାଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଖାଦ୍ୟ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ରୋଗୀଙ୍କ ପାଇଁ ଆସୁଥିବା ୧ ଲିଟର କ୍ଷୀର, ୨ଟି କଦଳୀ, ୪୦୦ ଗ୍ରାମର ବ୍ରେଡ୍ ଓ ୨ଟି ଅଣ୍ଡା ବଦଳରେ କମ୍ ପରିମାଣ ଅର୍ଥାତ୍ ୫୦୦ ମି.ଲି କ୍ଷୀର,୧୦୦ ଗ୍ରାମର ବ୍ରେଡ୍ ଓ ୨ଟି ଅଣ୍ଡା ବଦଳରେ ବିସ୍କୁଟ ଦିଆଯାଉଥିବା ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହୋଇଥିଲା ଏବଂ ଏ ନେଇ ବୌଦ୍ଧ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। ଖାଦ୍ୟ ଯୋଗାଣ ଦାୟିତ୍ୱରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ରୋଗୀ ମାନଙ୍କୁ କମ୍ ପରିମାଣର ଖାଦ୍ୟ ଦେଉଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏ ସମ୍ପର୍କରେ ଦାୟିତ୍ଵରେ ଥିବା ସ୍ଵଂୟ ସହାୟକ ଗୋଷ୍ଠୀର ସମ୍ପାଦକଙ୍କୁ ପଚାରିବାରୁ ନିୟମ ଅନୁଯାୟୀ ପ୍ରତ୍ୟେକ ଦିନ ଉଚିତ୍ ପରିମାଣର ଖାଦ୍ୟ ଦିଆଯାଉଛି ଏବଂ ପିତୃପକ୍ଷ ପାଇଁ ରୋଗୀ ଅଣ୍ଡା ବଦଳରେ ବିସ୍କୁଟ ମାଗିବାରୁ କେବଳ ୨ ଦିନ ବିସ୍କୁଟ ଦିଆଯାଇଥିବା ସେ ସ୍ୱୀକାର କରିଛନ୍ତି।
Popular Categories



