www.samajalive.in
Sunday, December 14, 2025
26.1 C
Bhubaneswar

ମାଣ୍ଡିଆରେ ପ୍ରସ୍ତୁତି ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ବୌଦ୍ଧ: ପୁରୁଣାକଟକ କଲ୍ୟାଣ ମଣ୍ଡପ ଠାରେ ଓଡିଶା ମିଲେଟ ମିଶନ ବୌଦ୍ଧ ତରଫରୁ ମାଣ୍ଡିଆ ତିଆରି ଖାଦ୍ୟ ପ୍ରସ୍ତୁତି କାର୍ୟ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବ୍ଲକ୍ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ସମ୍ମାନିତ ଅତିଥି ଭାବରେ ନିଲେଟ ମିଶନର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର କାର୍ଜେ, ସିଡ଼ିପିଓ ମିନତି ଦେଓ, ବ୍ଲକ୍ କୃଷି ଅଧିକାରୀ ସବ୍ୟସାଚୀ ଦାସ, ବ୍ଲକ୍ ସହକାରୀ କୃଷି ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ୟ୍ୟକ୍ରମରେ ହରାଭଙ୍ଗା ବ୍ଲକର ବିଭିନ୍ନ ସ୍ଵଂୟ ସହାୟକ ଗୋଷ୍ଠୀର ମାଆ ମାନେ ପ୍ରତିଭାଗି ଭାବରେ ଅଂଶ ଗ୍ରହଣ କରିଥିଲେ। ହରଭଙ୍ଗା ବ୍ଲକରେ କାର୍ୟ୍ୟରତ ମିଲେଟ ମିଶନର ସଂଯୋଜକ ସୀତାକାନ୍ତ ସାହୁ କାର୍ୟ୍ୟକ୍ରମରେ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ସମସ୍ତ ସ୍ଵଂୟ ସହାୟକ ଗୋଷ୍ଠୀ ମାଆ ମାନେ ପ୍ରସ୍ତୁତ କରିଥିବା ମାଣ୍ଡିଆ ପ୍ରସ୍ତୁତି ଖାଦ୍ୟ ଗୁଡ଼ିକୁ ଉପସ୍ଥିତ ଅତିଥି ମାନେ ସ୍ଵାଦ ଅନୁସାରେ ପରୀକ୍ଷଣ ପରେ ସେମାନଙ୍କ ଭିତରୁ କୃତି ପ୍ରତିଭାଗିଙ୍କୁ ଚୟନ କରିଥିଲେ। କୃତି ପ୍ରତିଭାଗି ମାନଙ୍କୁ ଅତିଥି ମାନପତ୍ର ସହିତ ଟ୍ରଫି ପ୍ରଦାନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories