www.samajalive.in
Sunday, December 14, 2025
17.1 C
Bhubaneswar

ଅବ୍ୟବସ୍ଥାରେ ମାଲା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୧୦୨ ଛାତ୍ରଛାତ୍ରୀକୁ ୩ କୋଠରୀ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଶିକ୍ଷା ବିଭାଗ ଅଧୀନ ଉପରପାଙ୍ଗା ପଞ୍ଚାୟତ ମାଲା ଗାଁରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଲାରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଥିବା ବେଳେ ବିଦ୍ୟାଳୟରେ ୧୦୨ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ଶିକ୍ଷକ ସଂଖ୍ୟା ମାତ୍ର ପାଞ୍ଚ ଥିବା ବେଳେ ମାତ୍ର ୩ଟି ଶ୍ରେଣୀ କୋଠରୀରେ ୧୦୨ ଛାତ୍ର ଛାତ୍ରୀ ପଢୁଛନ୍ତି। ପ୍ରଧାନ ଶିକ୍ଷକ ଅକ୍ରୁର କୁମ୍ଭାରଙ୍କ ସହ ଆଉ ଚାରି ଜଣ ଶିକ୍ଷକ ରହିଛନ୍ତି। ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ପାଠ ପଢା ଚାଲିଥିବା ବେଳେ ଶ୍ରେଣୀ ଗୃହ ନ ଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ବିଦ୍ୟାଳୟରେ ଥିବା ସୋଲାର ଜଳ ପ୍ରକଳ୍ପ ପୂର୍ବରୁ ଚାଲି ଥିବା ବେଳେ ଦୀର୍ଘ ଦିନ ହେବ ଅଚଳ ହୋଇ ପଡିଛି। ଏହି ଘଟଣାକୁ ନେଇ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଏ ବି ଓ ସବିତା ପାଣିଗ୍ରାହୀଙ୍କୁ ପଚାରିବାରୁ ବିଦ୍ୟାଳୟରେ କୋଠରୀ ଅଭାବ ରହିଛି ଏବଂ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା କଥାକୁ ସ୍ୱୀକାର କରିବା ସହ ପ୍ରଶାସନକୁ ଲିଖିତ ଭାବରେ ଜଣାଇ ଦିଆଯାଇଛି ଓ ଆସିଲେ ଗୃହ ନିର୍ମାଣ କାର୍ୟ୍ୟ ହୋଇ ପାରିବ ବୋଲି କହିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories