www.samajalive.in
Monday, December 15, 2025
15.1 C
Bhubaneswar

ମାଲକାନଗିରି ପଂଚାୟତ ସମିତି ବୈଠକ ବର୍ଜନ, ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ସମିତି ସଭ୍ୟ

ମାଲକାନଗିରି: ମାଲକାନଗିରି ପଞ୍ଚାୟତ ସମିତି ବୈଠକ ବର୍ଜନ କରିଛନ୍ତି ସମିତି ସଭ୍ୟ ସଭ୍ୟା। ଏ ସମ୍ପର୍କରେ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି। ସୁଚନା ମୁତାବକ ଦୀର୍ଘ ୮ ମାସ ପରେ ମାଲକାନଗିରି ପଂଚାୟତ ସମିତି ବୈଠକ ଡକା ଯାଇଥିଲା। ତେବେ ବୈଠକ ପୂର୍ବରୁ ରିଜୋଲ୍ୟୁସନ ଖାତାରେ ଦସ୍ତଖତ କରିବା ପାଇଁ ମାଲକାନଗିରି ବିଡିଓ ପ୍ରଭାତି ଝଡିଆ ବାଧ୍ୟ କରିଥିଲେ। ସେହି ସମୟରେ ସମିତି ସଭ୍ୟ ସଭ୍ୟାମାନେ ବାରଣ କରିବାରୁ ଏପରି ହେବ ନାହିଁ, ପ୍ରଥମେ ଦସ୍ତଖତ କରନ୍ତୁ ବୋଲି ବିଡିଓ ପ୍ରକାଶ କରିଥିଲେ। ପରେ ବୈଠକ ବର୍ଜନ କରିଥିବା ପଂଚାୟତ ସମିତି ସଭ୍ୟ ମାନେ ପ୍ରକାଶ କରିଛନ୍ତି।

ସୁଚନା ମୁତାବକ ଗତ ମାର୍ଚ୍ଚ ମାସରେ ପଂଚାୟତ ସମିତି ବୈଠକ କରା ଯାଇଥିଲା। ପ୍ରାୟ ୮ ମାସ ପରେ ପୁନର୍ବାର ବୈଠକରେ ଆରମ୍ୱରୁ ବିଭ୍ରାନ୍ତ ସୃଷ୍ଟି ହୋଇଛି। କିନ୍ତୁ ଉକ୍ତ ଆଠ ମାସ ଧରି କାହିଁକି ବୈଠକ କରା ଯାଇ ନାହିଁ ଓ ବିନା ବୈଠକରେ କିପରି ବିଭିନ୍ନ ପ୍ରକଳ୍ପର ଆକ୍ସନ ପ୍ଲାନ କରାଯାଇଛି, ସେ ନେଇ ସମିତି ସଭ୍ୟମାନେ ପଂଚାୟତ ସମିତି ଅଧ୍ୟକ୍ଷା ଗୌରି ପଡିଆମିଙ୍କୁ ପ୍ରଶ୍ନ କରିଥିଲେ। ତେବେ ପ୍ରଥମେ ରିଜୋଲ୍ୟୁସନ ଖାତାରେ ଦସ୍ତଖତ କରିବାକୁ କୁହା ଯାଇଥିବାରୁ ବୈଠକରେ ବିଭ୍ରାନ୍ତ ସୃଷ୍ଟି ହୋଇଥିଲା ବୋଲି ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ପଂଚାୟତ ସମିତି ସଭ୍ୟମାନେ ବିଡିଓଙ୍କ ସହ କଥା ହେବାକୁ ଗଲେ ଲିଖିତ ଅନୁମତି ନେବାକୁ ପଡୁଛି, ଫୋନ କଲେ ଫୋନରେ ପ୍ରତି ଉତ୍ତର ମିଳି ପାରୁନାହିଁ ବୋଲି ସମିତି ସଭ୍ୟମାନେ ଅଭିଯୋଗ କରିଛନ୍ତି। ଯଦି ଏଭଳି ସ୍ଥିତି ଲାଗି ରହେ ତେବେ ପଂଚାୟତ ସମିତି ସଭ୍ୟ ସଭ୍ୟା ମାନେ ସାମୂହିକ ଇସ୍ତଫା ଦେବେ ବୋଲି ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଗତ ମାର୍ଚ ମାସରେ ପଂଚାୟତ ସମିତି ବୈଠକକୁ ନେଇ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ଦିଆଯାଇ ଥିଲା। ତାହା ଆଜି ପର୍ୟ୍ୟନ୍ତ କୌଣସି କାର୍ୟ୍ୟକାରୀ କରା ଯାଇନାହିଁ ବୋଲି ସମିତି ସଭ୍ୟମାନେ ଅଭିଯୋଗ କରିଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନ ପର ଠାରୁ ମାଲକାନଗିରି ବ୍ଲକରେ କେବେ ସରପଂଚଙ୍କ ସହ ବିଭ୍ରାନ୍ତ ତ କେବେ ପଂଚାୟତ ସମିତି ସଭ୍ୟଙ୍କ ସହ ବିଭ୍ରାନ୍ତ ଲାଗି ରହିଛି। ବିଡିଓ ପ୍ରଭାତି ଝଡିଆ ଏହାର ସମାଧାନ କରିବାରେ ଅସଫଳ ହୋଇଥିବା ଦେଖା ଦେଇଛି। ଏ ସମ୍ପର୍କରେ ବିଡିଓ ପ୍ରଭାତି ଝଡିଆଙ୍କୁ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳିପାରି ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories