ଗୋଠ ଛଡା ଦନ୍ତା ହାତୀ ଆତଙ୍କ, ଭାଙ୍ଗିଲା ୪ ଘର
ପାଟଣା: ପାଟଣା ବନାଞ୍ଚଳରେ କିଛି ଦିନ ହେବ ହାତୀ ଉପଦ୍ରବ ଚରମ ସୀମାରେ ପହଞ୍ଚିଛି। ଏକ ଗୋଠ ଛଡା ଦନ୍ତା ହାତୀ ବିଳମ୍ବିତ ରାତିରେ ପାଟଣା ବନାଞ୍ଚଳର ପୁରୁଣାପାଣି ଗାଁର ପାଣ୍ଡବ ମୁଣ୍ଡା, ଟଭାସରୁଆ ଗ୍ରାମର ଗୌରୀ ମହାରଣା ରେଙ୍ଗାଳବେଡା ଗ୍ରାମର ସୁରେଶ ମହାନ୍ତଙ୍କ କୁକୁଡ଼ା ଫାର୍ମର ଆଜବେଷ୍ଟସକୁ ଭାଙ୍ଗି ଦେଇଛି। ସେହିପରି ହାତୀ ପଲ ବରବେଡା ଗ୍ରାମର ଦୟାନିଧି ନାଏକ, ହଳଦୀବଟା ଗ୍ରାମର ଦଳେଇ ମୁଣ୍ଡାଙ୍କ ଘର ମଧ୍ୟ ଭାଙ୍ଗି ଥିବା ଜଣାପଡିଛି। ଏହି ଗୋଠ ଛଡ଼ା ଦନ୍ତାଟି ଆଜି ସନ୍ଧ୍ୟାରେ କଟାବେଡା ନିକଟରେ ଥିବା ବେଳେ ୧୮ ଟିକିଆ ହାତୀ ପଲଟି ମୟୂରଭଞ୍ଜ ସୀମାକୁ ଚାଲି ଯାଇଛନ୍ତି। ଦନ୍ତାଟି ଏକୁଟିଆ ବୁଲୁ ଥିବାରୁ ଲୋକେ ସନ୍ଧ୍ୟା ବେଳୁ କବାଟ କିଳି ରହୁଛନ୍ତି। ସେହିପରି ଅନ୍ୟ ଏକ ଗୋଠର ୯ ଟିକିଆ ହାତୀପଲ ପାଟଣା ବନାଞ୍ଚଳର ତଣ୍ଡୋ ବିଟର ଗୋଧିରାମପଡା ଗାଁ ନିକଟରେ ଡେରା ପକାଇଛନ୍ତି। ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଖୁବ ଶୀଘ୍ର ଏ ଅଞ୍ଚଳରୁ ହାତୀପଲଙ୍କୁ ଘଉଡ଼ାଇବା ସହ କ୍ଷତିଗ୍ରସ୍ତଙ୍କୁ କ୍ଷତିପୁରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।
Comments are closed.