www.samajalive.in
Monday, December 15, 2025
15.1 C
Bhubaneswar

ଅସହାୟ ମହିଳାଙ୍କୁ ଆବାସ ଯୋଜନାରେ ଅର୍ଥ ମିଳିବାରେ ଅବହେଳା

କଳାପଥର: ବାଙ୍କୀ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ଅସହାୟ ବିଧବା ମହିଳା ଦୋଇତା ନାଥ ଆବାସ ଯୋଜନାରେ ବ୍ଲକର ଆଦେଶାନାମା ପାଇ ନିଜ ହାତରୁ ଖର୍ଚ୍ଚ କରି ଗୃହ ନିର୍ମାଣ କରିଥିଲେ। କିଛି ଖଳ ପ୍ରକୃତିର ଲୋକ ତାଙ୍କ ନାମରେ ଅସୂୟା ମନୋଭାବ ନେଇ ସେ ପୁରୁଣା କାନ୍ଥରେ ଘର କରିଛନ୍ତି ବୋଲି ବ୍ଳକରେ ଅଭିଯୋଗ କରିଥିଲେ। ମିଥ୍ୟା ଅଭିଯୋଗକୁ ଭତ୍ତି କରି ବ୍ଲକ ଅଧିକାରୀ ମିଥ୍ୟା ରିପୋର୍ଟ ପ୍ରଦାନ କରି ଦୋଇତା ନାଥଙ୍କର ଘର ନିର୍ମାଣ ପଇଁ ଖର୍ଚ୍ଚ ହୋଇଥିବା ଟଙ୍କା ନଦେବାକୁ ବ୍ଲକକୁ ରିପୋର୍ଟ ଦେବାରୁ ବ୍ଲକ ପକ୍ଷରୁ ତାଙ୍କୁ ଅର୍ଥ ପ୍ରଦାନ କରାଯାଉନାହିଁ। ଫଳରେ ସେ ବାହାରୁ କରଜ ଆଣି ଘର କାମ କରିଛନ୍ତି। ବର୍ତ୍ତମାନ ବ୍ଲକ କର୍ତ୍ତୁପକ୍ଷ ତାଙ୍କୁ ଗୃହ ନିର୍ମାଣ ଟଙ୍କା ଦେବାରେ ଟାଳୁଟୁଳ ନୀତି ଅବଲମ୍ବନ କରୁଛନ୍ତି। ତାଙ୍କର ସ୍ୱାମୀଙ୍କର ପରଲୋକ ଘଟିଥିବାରୁ ଗୋଟିଏ ପୁଅକୁ ଧରି ସେ ନିଜର ଜୀବନ ବିତାଉଛନ୍ତି। ସେ କେବଳ ବିଧବା ଭତ୍ତା ଓ ୧୦କି.ଗ୍ରା ଚାଉଳ ବ୍ୟତୀତ ଆଉ କୌଣସି ସରକାରୀ ସୁବିଧା ପାଇପାରି ନାହାନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories