www.samajalive.in
Monday, December 15, 2025
17.1 C
Bhubaneswar

ବୌଦ୍ଧରେ ମୋ ଦେଶ ମୋ ମାଟି କାର୍ୟ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ: ବିଜେପି ନେତା ପୂର୍ବତନ ବିଧାୟକ ପ୍ରାର୍ଥୀ ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଆଜି ଅନ୍ତିମ ଦିନରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ଗ୍ରାମୀଣ ୬ ନମ୍ବର ମଣ୍ଡଳ ଏବଂ ବୌଦ୍ଧ ନଗର ୧୦ ନମ୍ବର ମଣ୍ଡଳର ବିଭିନ୍ନ ଗ୍ରାମ ବୁଲି କେନ୍ଦ୍ର ସରକାରଙ୍କ ମୋ ମାଟି ମୋ ଦେଶ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ୟ୍ୟକ୍ରମରେ ବୁଟୁପାଲି ଛକରୁ ବୌଦ୍ଧ ସହରରେ ଥିବା ଚନ୍ଦ୍ରଚୂଡ଼ ମନ୍ଦିର ଯାଏଁ ପଦଯାତ୍ରାରେ ଆସିଥିଲେ। ମନ୍ଦିର ପାର୍ଶ୍ୱରେ ଥିବା ମହାନଦୀ ଘାଟରେ ସାମୁହିକ ଶହେଏକ ଆଳତୀ ଓ ସନ୍ଧ୍ୟା ପ୍ରାର୍ଥନା କରାଯାଇଥିଲା। କାର୍ୟ୍ୟକ୍ରମ ପରିଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ ଏବଂ ଦିନ ତମାମ କଳସ ଶୋଭାଯାତ୍ରା ବିଭିନ୍ନ ଗ୍ରାମ ବୁଲିଥିବା ନଜରକୁ ଆସିଥିଲା। ସର୍ବପ୍ରଥମେ ଶୋଭାଯାତ୍ରାଟି ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣନଗର ଗ୍ରାମରୁ ଭବ୍ୟ ସ୍ୱାଗତ ସହ ଅଞ୍ଚଳର ଜହ୍ନାପଙ୍କ, ବଲାସିଙ୍ଗା, ଗମ୍ଭାରୀପଦର, ମୁର୍ଷୁଣ୍ଢି, ଟୁଟୁସିଙ୍ଗା, ବୌଦ୍ଧ ସହର ପରିକ୍ରମା କରି ସମସ୍ତ ଦେବାଳୟ ଓ ଘରକୁ ଘର ବୁଲି ବୀରମାନଙ୍କ ଉଦ୍ଦେଶ୍ୟରେ ମୃତ୍ତିିକା ସଂଗ୍ରହ କରାଯାଇଥିଲା। ଗ୍ରାମରେ ଏହି କାର୍ୟ୍ୟକ୍ରମଟି ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ହେବା ସହ କାର୍ୟ୍ୟକ୍ରମରେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ବୌଦ୍ଧ ବିଧାନସଭା ସଂଯୋଜକ ଯୁଗଳ କିଶୋର ସାମଲ, ବୌଦ୍ଧ ବିଧାନସଭା ପ୍ରଭାରୀ ଇଂ ରାକେଶ ତ୍ରିପାଠୀ, ୭ ନମ୍ବର ମଣ୍ଡଳ ସଭାପତି ଶମ୍ଭୁ ପ୍ରସାଦ ପ୍ରଧାନ, ୬ ନମ୍ବର ମଣ୍ଡଳ ସଭାପତି ନବୀନ ହୋତା, ଜିଲ୍ଲା ଉପସଭାପତି ତ୍ରିପୁରାରି ବେହେରା, ପ୍ରଦୋଷ ମିଶ୍ର, ବିଜେପି ଅନୁସୂଚୀତ ଜାତି ମୋର୍ଚ୍ଚା ସଭାପତି ରାଜୀବ ଦେହୁରୀ, ବରିଷ୍ଠ ବିଜେପି ନେତା ତଥା ଲିଗାଲ ସଭାପତି ଚିତ୍ତରଞ୍ଜନ ପାଣିଗ୍ରାହୀ, ପୂର୍ବତନ ସଭାପତି ସୌମିତ୍ରୀ ନାୟକ, ବିଜେପି ଜିଲ୍ଲା ସମବାୟ ଅଧକ୍ଷ ସୁବାସ ପ୍ରଧାନ, ଅଜିତ ବାଘ, ପୂର୍ବତନ ସମିତି ମେମ୍ବର ତରଣୀ ବାରିକ, ରଞ୍ଜନ ପ୍ରଧାନଙ୍କ ସହ ଅଞ୍ଚଳର ଅନେକ ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଯୁବକ,ଛାତ୍ର ଏବଂ ସ୍ୱେଚ୍ଛାସେବୀ ଯୋଗଦାନ କରି କାର୍ୟ୍ୟକ୍ରମକୁ ସଫଳ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories