ତିଗିରିଆ: ତିଗିରିଆର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯୋଗେଶ୍ୱରୀ କ୍ଲବ ତାହାର ଗଣେଶପୂଜା ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ସମାପନ କରିଛି। ଗୁରୁବାର ଅପରାହ୍ନ ୫ଟା ସମୟରେ ମହାପ୍ରଭୁ ଗଜାନନଙ୍କୁ ଘଣ୍ଟ ବାଦ୍ୟ, ଚାଙ୍ଗୁବାଦ୍ୟ ଆଦି ବିଭିନ୍ନ ପ୍ରକାର ଲୋକବାଦ୍ୟ ବଜାଇ ଗୋଡିଝରିଆ ବଜାର, ଗୋଡିଝରିଆ ଗାଁ ଓ ବିଭିନ୍ନ ସାହିକୁ ଶୋଭାଯାତ୍ରାରେ ନେଇ ଶେଷରେ ସାପୁଆ ନଦୀରେ ବିସର୍ଜନ କରାଯାଇଥିଲା। ଯୋଗେଶ୍ୱରୀ କ୍ଲବର ସଭାପତି ପ୍ରକାଶ କୁମାର ସାହୁଙ୍କ ନେତ୍ରୁତ୍ୱରେ ପୂଜା ଓ ଭସାଣି ପର୍ବ ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯାଇଥିଲା। କ୍ଲବର ସମ୍ପାଦକ ରାଜକିଶୋର ସାହୁ,କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁ, ଉପ-ସଭାପତି ରତିକାନ୍ତ ସାହୁ, ଆବାହକ କିର୍ତ୍ତିମୟ ସାହୁ ପ୍ରମୁଖ ପୂଜା ଆୟୋଜନ ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। କ୍ଲବର ପୂର୍ବସଭାପତି ମନୋରଞ୍ଜନ ସାହୁ ଓ ବରିଷ୍ଠ ସଦସ୍ୟ ପପୁ ସାହୁ କ୍ଲବର ସମସ୍ତ ସଦସ୍ୟଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।
Popular Categories



