www.samajalive.in
Sunday, December 14, 2025
17.1 C
Bhubaneswar

ମାଣ୍ଡିଆ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ: ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମିଲେଟ୍ସ ମିଶନ, କନ୍ଧମାଳ ଏବଂ କୃଷି ଓ କୃଷକ ସଶକ୍ତକରଣ ବିଭାଗ ସହଯୋଗରେ ମାଣ୍ଡିଆ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଣ୍ଡିଆ ଚାଷର ପ୍ରଚାର ପ୍ରସାର ଓ ସଚେତନତା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରହଲ୍ଲାଦ ସେନାପତି, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଅନିଲ ପ୍ରହରାଜ ଓ ସହକାରୀ କୃଷି ଅଧିକାରୀ, ଫିରିଙ୍ଗିଆ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ରୀ ମାନଙ୍କ ସହ ଚାରା ରୋପଣ କରିବା ସହ ମାଣ୍ଡିଆ ଚାଷ, ଏହାର ରକ୍ଷଣାବେକ୍ଷଣ ଓ ଏହାର ବ୍ୟବହାର ଉପରେ ଆଲୋକପାତ କରିବା ସହ ଛାତ୍ରୀମାନଙ୍କ ଅଭିଭାବକ ମାନେ ମାଣ୍ଡିଆ ଚାଷ କରି ଲାଭବାନ ହୋଇପାରିବେ ବୋଲି କହିଥିଲେ। ମିଲେଟ୍ସ ମିଶନ, କନ୍ଧମାଳର ସଂଯୋଜିକା ସବିତା ସୁବୁଦ୍ଧି ଓ ସହ ସଂଯୋଜକ ଅଭିମନ୍ୟୁ ମହାରଣା ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ବିଦ୍ୟାଳୟରେ ମାଣ୍ଡିଆ ସହ ଜଡିତ ବିଭିନ୍ନ କାର୍ଯ୍ୟକ୍ରମ କରିବା ନେଇ ଯୋଜନା କରିଥିଲେ। ଅଗ୍ରଣୀ ସ୍ୱଚ୍ଛସେବୀ ସଂଗଠନ ଅଗ୍ରଗାମୀର ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ସଂଗ୍ରାମ କେଶରୀ ନାୟକ ଓ ମୁଖ୍ୟ ନିର୍ବାହୀ ଅଧିକାରୀ ଉମା ଶଙ୍କର ସାହୁ ଏହି କାର୍ଯ୍ୟକ୍ରମର ପରିଚାଳନା କରିବା ସହ ମାଣ୍ଡିଆ ଚାରା ବୃକ୍ଷ ରୋପଣ ଖେତକୁ ତଦାରଖ କରିବା ନେଇ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories