www.samajalive.in
Sunday, December 14, 2025
17.1 C
Bhubaneswar

ଏଲଭିପ୍ରସାଦ ଚକ୍ଷୁ ଚିକିତ୍ସାଳୟକୁ ପ୍ରୋଜେକ୍ଟ ଅଫ୍ ଦି ଇୟର୍ ପୁରସ୍କାର

ଭୁବନେଶ୍ୱର: ଗ୍ରାମୀଣ ଓଡ଼ିଶା ଆରଓପି (ରେଟିନୋପାଥି ଅଫ ପ୍ରିମାଚ୍ୟୁରିଟି) ପ୍ରକଳ୍ପର ଉଲ୍ଲେଖନୀୟ ସଫଳତା ପାଇଁବେସରକାରୀ ସଂସ୍ଥା ବର୍ଗରେ ୨୦୨୩ ମସିହାର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍ ସାଉଥ୍ ଏସିଆ (ପିଏମ୍ଆଇ) ପୁରସ୍କାର ଲାଭ କରିଛି। ଓଡ଼ିଶାର ୮ଟି ଜିଲାରେ ସମୟ ପୂର୍ବରୁ ଜନ୍ମିତ ଶିଶୁଙ୍କଠାରେ ଆରଓପିର ପରୀକ୍ଷଣ ଏବଂ ଉପଚାର ଶୀର୍ଷକ ଏହି ପ୍ରକଳ୍ପକୁ ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ କରାଯାଇଛି। ଏଲଭିପିଇଆଇ ତରଫରୁ ପ୍ରକଳ୍ପ ମୁଖ୍ୟ ଡାକ୍ତର ତାପସ ରଞ୍ଜନ ପାଢ଼ୀଙ୍କ ସମେତ ଦଳର ଅନ୍ୟ ସଦସ୍ୟ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଆରଓପି ଏକବିଂଶ ଶତାବ୍ଦୀରେ ଦେଖାଦେଇଥିବା ଏକ ଭୟଙ୍କର ଚକ୍ଷୁ ରୋଗ। ଆରଓପି କାରଣରୁ ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ ୧୦୦୦ରୁ ଅଧିକ ଶିଶୁ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ରହିଛି। ଦୁଇ କିଲୋଗ୍ରାମ୍ କିମ୍ୱା ମା’ ଗର୍ଭରେ ୩୪ ସପ୍ତାହ ପୂର୍ବରୁ ଜନ୍ମ ନେଇଥିବା ଏହି ଶିଶୁଙ୍କଠାରେ ଆରଓପି ରୋଗର ଆଶଙ୍କା ଶତକଡ଼ା ୩୦ ରୁ ୫୦ ଏବଂ ଅନ୍ଧତ୍ୱ ଆଶଙ୍କା ୧୦ରୁ ୧୮ପ୍ରତିଶତ ଥାଏ। ଜନ୍ମର ୩୦ ଦିନ ଭିତରେ ଚକ୍ଷୁ ପରୀକ୍ଷା ଓ ଦରକାର ପଡ଼ିଲେ ଏହି ରୋଗର ନିରାକରଣହୋଇପାରିବ। ଏହି ପ୍ରକଳ୍ପ ମାଧ୍ୟମରେ ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, କେନ୍ଦୁଝର, ରାୟଗଡ଼ା, ସୁନ୍ଦରଗଡ଼ ଏବଂ ପୁରୀ ଜିଲାର ଶିଶୁମାନେ ଉପକୃତ ହୋଇପାରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories