www.samajalive.in
Monday, December 15, 2025
15.1 C
Bhubaneswar

ସରାସପଶି ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଘୋଷଣା

ପାଟଣା: ଘଟଗାଁ ବ୍ଲକ ତଥା ସରାସପଶି ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଆସ୍ପାୟାର ପକ୍ଷରୁ ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଗଣେଶ୍ୱର ନାଏକ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ ଏବଂ ମୁଖ୍ୟବକ୍ତା ଭାବେ ରାଜକିଶୋର ମିଶ୍ର, କାଞ୍ଚନ ବାଳା ଜେନା, ସରାସପଶି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏହାକୁ ଆୟୋଜନ କରିଥିଲେ ଆସ୍ପାୟାରର ସରାସପଶି ଗ୍ରାମପଞ୍ଚାୟତ କର୍ମକର୍ତ୍ତା ବିବେକାନନ୍ଦ ମହାନ୍ତ। ଏହି ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତର ମୁଖ୍ୟ ଉଦ୍ଦେଶ୍ୟ ପଞ୍ଚାୟତର ୬ରୁ ୧୪ ବର୍ଷର ସମସ୍ତ ଶିଶୁ ମାନେ ଶିକ୍ଷାର ମୁଖ୍ୟ ସ୍ରୋତ ସହିତ ଜଡିତ ହୋଇ ଭବିଷ୍ୟତରେ ଯେମିତି କୌଣସି ଶିଶୁ ଶିକ୍ଷା ଠାରୁ ଦୂରେଇ ନଯାଇ ଶିକ୍ଷାର ମୌଳିକ ଅଧିକାର ପାଇ ପାରିବେ ସେ ବିଷୟରେ ଆଲୋଚନା କରାଯିବା ସହିତ ନାଟକ ମାଧ୍ୟମରେ ଶିଶୁ ଶ୍ରମିକ ପ୍ରଥାକୁ କେମିତି ରୋକା ଯାଇପାରିବ ତାହା ପରିବେଷଣ କରାଯିବା ସହିତ ପରିବେଶ ସୁରକ୍ଷା ପାଇଁ ମଧ୍ୟ ଏକ ନାଟକ ପରିବେଷିତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories