ସମ୍ବଲପୁର: ସମ୍ବଲପୁରର କମଳିବଜାର ସ୍ଥିତ ମାଁ ପାଟଣେଶ୍ୱରୀ ମନ୍ଦିର ଠାରେ ମଙ୍ଗଳବାର ଭାଦ୍ରବ କୃଷ୍ଣପକ୍ଷ ଷଷ୍ଠୀ ତିଥିରେ ଶ୍ରୀ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ପକ୍ଷରୁ ବିଶ୍ୱ କଲ୍ୟାଣ ନିମନ୍ତେ ଷୋଡଶ ଉପଚାରରେ ମାଁ ଙ୍କ ପୂଜା ସହିତ ସାମୁହିକ ଚଣ୍ଡୀପାଠ କରାଯାଇଥିଲା। ସଭାପତି ରବି ନାରାୟଣ ପାଢ଼ୀଙ୍କ ଆବାହକରେ ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ, ଦୈବୀ ଦୁର୍ବିପାକ ଆଦି ଦୂରିଭୂତ ସହିତ ବିଶ୍ୱ ଦରବାରରେ ପ୍ରତିଷ୍ଠା ଲାଭ ସହିତ ସନାତନ ଧର୍ମକୁ ନିନ୍ଦା କରୁଥିବା ବିଧର୍ମୀ ମାନଙ୍କୁ ମାଁ ସତବୁଦ୍ଧି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା। ଏହି ଧାର୍ମିକ ଅନୁଷ୍ଠାନରେ ପଣ୍ଡିତ ବଂଶୀଧର ଶତପଥୀ, ସଚ୍ଚିଦାନନ୍ଦ ପ୍ରସାଦ ମିଶ୍ର, ଅମରନାଥ ମିଶ୍ର, କାଳିଦାସ ପଣ୍ଡା, ଜିତେନ୍ଦ୍ର ନନ୍ଦ, ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ମନବୋଧ ପାଢ଼ୀ, ସୁବାଷ ଚନ୍ଦ୍ର ବଡପଣ୍ଡା, ଦୁର୍ଲ୍ଲଭ ହୋତା, ସଞ୍ଜୀବ ପାଢ଼ୀ, ଜୟ ନାରାୟଣ ପାଢ଼ୀ, ରମେଶ ପୁରୋହିତ, ଦଧିବାମନ ପଣ୍ଡା, କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ରାକେଶ ମିଶ୍ର ଙ୍କ ସମେତ ୫୧ ଜଣ ପଣ୍ଡିତ ଚଣ୍ଡୀପାଠ କରିଥିଲେ।
Popular Categories



