www.samajalive.in
Sunday, December 14, 2025
26.1 C
Bhubaneswar

ସମ୍ବଲପୁରରେ ଅମୃତ କଳସ ରଥଯାତ୍ରାକୁ ସ୍ୱାଗତ

ସମ୍ବଲପୁର: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆରମ୍ଭ କରାଯାଇଥିବା ‘ମୋ ମାଟି ମୋର ଦେଶ’ କାର୍ଯ୍ୟକ୍ରମ ଅର୍ନ୍ତଗତ ଅମୃତ କଳସ ରଥଯାତ୍ରାର ସମ୍ବଲପୁର ଜିଲାରେ ଶୁଭାରମ୍ଭ ହୋଇଯାଇଛି। ମଙ୍ଗଳବାର ସମ୍ବଲପୁର ସହର ସ୍ଥିତ ଜେଲଖାନା ଛକ ଠାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ରଥରେ ଥିବା ଅମୃତ କଳସରେ ପ୍ରତିମୂର୍ତ୍ତି ଥିବା ସ୍ଥାନରୁ ମାଟି ନେଇ ରଖାଯାଇଥିଲା। ଏହା ପରେ ଏକ ପଦଯାତ୍ରାରେ କଚେରୀ ଛକ ସ୍ଥିତ ସହୀଦ ସ୍ତମ୍ଭକୁ ଯାଇ ସେଠାରେ ମଧ୍ୟ ମାଟି ସଂଗ୍ରହ କରାଯାଇ ରଥରେ ରଖି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଜିଲା ସଭାପତି ଗିରିଶ ପଟେଲଙ୍କ ଉପସ୍ଥିତିରେ ସାଧାରଣ ସମ୍ପାଦକ ଅନୀଲ ବେହେରା ଏହି ଅବସରରେ କହିଛନ୍ତି ଯେ, ଏହି ରଥ ସମ୍ବଲପୁର ଜିଲାର ପ୍ରତ୍ୟେକ ପଞ୍ଚାୟତକୁ ଯାଇ ଦେଶ ପାଇଁ ଶହୀଦ ହୋଇଥିବା ସଂଗ୍ରାମୀ ମାନଙ୍କ ବିଷରେ ଲୋକଙ୍କୁ ଅବଗତ କରାଇବା ସହିତ ଶହୀଦ ମାନଙ୍କ ପୀଠରୁ ମାଟି ସଂଗ୍ରହ କରି ନୁଆଦିଲ୍ଲୀକୁ ପଠାଯିବ। ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ର ମେହେର, ଦେବେନ୍ଦ୍ର ମହାପାତ୍ର, ଶମ୍ଭୁ ବରେଲିଆ, ଗିରିଜା ସାହୁ, ଅନ୍ନପୁର୍ଣ୍ଣା ବାରିକ, ସଞ୍ଜୟ ଷଡଙ୍ଗୀ ଙ୍କ ସମେତ ଶତାଧିକ ସଦସ୍ୟ ସାମିଲ ହୋଇଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories