www.samajalive.in
Monday, December 15, 2025
14.1 C
Bhubaneswar

ବ୍ୟାଡମିଣ୍ଟନ ଟୁୁର୍ଣ୍ଣାମେଣ୍ଟ ଉଦଯାପିତ, ସାଶ୍ୱତ ଚମ୍ପିଅନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲ୍ଲାପାଳ ଅଶିଷ ଇଶ୍ୱର ପାଟିଲ୍‌‌ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ଆସୋସିଏସନର ସମ୍ପାଦକ ଦୀପକରଞ୍ଜନ ମହାନ୍ତି ପରିଚାଳନା କରିଥିଲେ। ଏଥିରେ ବରିଷ୍ଠ ବର୍ଗରେ ସାଶ୍ୱତ କୁମାର ସିଂ ସିଙ୍ଗଲ୍ସ ଚମ୍ପିଅନ୍‌‌ ହୋଇଥିବା ବେଳେ ଅଭୟ କୁମାର ସାହୁ ରନର୍ସ ହୋଇଛନ୍ତି। ସେହିପରି ବରିଷ୍ଠ ବର୍ଗର ଡବଲ୍ସରେ ସାଶ୍ୱତ କୁମାର ସିଂ ଏବଂ କୃପାସିନ୍ଧୁ ମହାରଣା ଚମ୍ପିଅନ୍‌‌ ହୋଇଥିବା ବେଳେ ସମ୍ବିତ କୁମାର ପ୍ରଧାନ ଏବଂ ଦେବେନ୍ଦ୍ର ଦଣ୍ଡିଆ ରନର୍ସ ହୋଇଛନ୍ତି। ସେହିପରି କନିଷ୍ଠ ବର୍ଗର ସିଙ୍ଗଲ୍ସରେ ବଳିଆ ସାହୁ ଚମ୍ପିଅନ୍‌‌ ହୋଇଥିବା ବେଳେ ସ୍ମୃତିରଞ୍ଜନ ପଣ୍ଡା ରନର୍ସ ହୋଇଛନ୍ତି। ସେହିପରି ଡବଲ୍ସରେ ବଳିଆ ସାହୁ ବେଂ ତାଙ୍କ ପାର୍ଟନର ଡି.ବିଜୟେନ୍ଦ୍ର ଦୋରା ଚମ୍ପିଅନ୍‌‌ ହୋଇଛନ୍ତି ଓ ଓମପ୍ରକାଶ ବେହେରା ଓ ତାଙ୍କ ପାର୍ଟନର ସ୍ମୃତିରଞ୍ଜନ ପଣ୍ଡା ରନର୍ସ ହୋଇଛନ୍ତି। ବାଳିକା ବର୍ଗରେ ନେହା ମଲ୍ଲିକ ଚମ୍ପିଅନ୍‌‌ ହୋଇଥିବା ବେଳେ ଜୟଶ୍ରୀ ମଲ୍ଲିକ ରନର୍ସ ହୋଇଛନ୍ତି। ବିଜେତା ଖେଳାଳି ମାନଙ୍କୁ ଦିବସର ଅତିଥି ମାନଙ୍କ ଦ୍ୱାରା ମାନପତ୍ରଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଦୁଇ ଦିନିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସମେତ ଜିଲ୍ଲାର ବାଲିଗୁଡା,ଘୁ.ଉଦୟଗିରି ଏବଂ ଅନ୍ୟାନ୍ୟ ଅଂଚଳର ଖେଳାଳି ମାନେ ଭାଗ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories