www.samajalive.in
Monday, December 15, 2025
17.1 C
Bhubaneswar

ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣାରେ ଶିଶୁ ମୃତ

ବାଲିଗୁଡ଼ା: କବାଡ଼ି ସାମଗ୍ରୀ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଧକ୍କାରେ ଶିଶୁର ମୃତ୍ୟୁ। ଡ୍ରାଇଭର ଅଟକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଅଞ୍ଚଳରେ। ସୂଚନା ପ୍ରକାରେ ଆଜି ଅପରାହ୍ନ ସମୟରେ ବାରଖମା ଦଣ୍ଡିସାହି ଅଞ୍ଚଳର ଅଭିରାମ ଦଣ୍ଢିଆଙ୍କ ନାବାଳକ ପୁଅ ରାସ୍ତା କଡ଼ରେ ଖେଳୁଥିବା ବେଳେ ବାଲିଗୁଡ଼ା ଅଞ୍ଚଳରୁ ବାରଖମା ଦେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ କବାଡ଼ି ସାମଗ୍ରୀ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଶିଶୁଟିକୁ ଧକ୍କା ଦେଇଥିଲା। ଫଳରେ ଶିଶୁଟି ଗୁରୁତର ଆହତ ହୋଇଥିଲା। ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଶିଶୁଟିକୁ ପ୍ରଥମେ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଶିଶୁଟିକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ କିନ୍ତୁ ବାଲିଗୁଡ଼ାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ସେପଟେ ଦୁର୍ଘଟଣା ଘଟାଇଥିବା ପିକ୍ ଅପ୍ ଭ୍ୟାନ ଓ ଚାଳକକୁ ପୁଲିସ ଅଟକ ରଖିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories