ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲଇଡା ବିଜେପି ମଣ୍ତଳ ପକ୍ଷରୁ ଆଜି କତରବଗା ଗ୍ରାମ ପଞ୍ଚାୟତରେ ଏକ ଜନ ଆନ୍ଦୋଳନ କରାଯାଇ ବିଭିନ୍ନ ସମସ୍ୟା ସମ୍ବଳିତ ୧୧ଦଫା ଦାବୀ ପୂରଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବା, ଘର ନିର୍ମାଣ ସମୟ ୪ ମାସ ପରିବର୍ତ୍ତେ ୬ ମାସ ବୃଦ୍ଧି କରାଯିବା, ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଏବଂ ଖାଉଟି କାର୍ଡ ଯୋଗାଇବା ଭଳି ଦାବି ରହିଛି।ଆନ୍ଦୋଳନରେ ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ବିଜେପି ଜିଲ୍ଲା ଉପ ସଭାପତି ବେଣୁଧର ପ୍ରଧାନ, ଲଇଡାମଣ୍ତଳ ସଭାପତି ପ୍ରକାଶ ପୃଷ୍ଟି, ନରେନ୍ଦ୍ର ମିଶ୍ର, ନରେଶ ତଣ୍ଡିଆ, ଅଜୟ ମହାପାତ୍ର, ମୀରା ଖଡିଆ ପ୍ରମୁଖ ନେତୃତ୍ବ ନେଇଥିଲେ।
Popular Categories



