www.samajalive.in
Monday, December 15, 2025
17.1 C
Bhubaneswar

ସ୍ୱାସ୍ଥ୍ୟ, ପୁଷ୍ଟି ଓ ଶିଶୁ ସୁରକ୍ଷା ସମ୍ପର୍କିତ ତାଲିମ୍ ଶିବିର ଉଦଘାଟିତ

କେନ୍ଦୁଝର: ଗମ୍ହାରିଆ ସ୍ଥିତ ସମ୍ପ୍ରସାରିତ ତାଲିମ୍ କେନ୍ଦ୍ର (ଇଟିସି) ଠାରେ ବୁଧବାର ସ୍ୱାସ୍ଥ୍ୟ, ପୁଷ୍ଟି, ଶିଶୁ ସୁରକ୍ଷା ଏବଂ ସାମାଜିକ ବ୍ୟବହାର ପରିବର୍ତ୍ତନ ସଂଚାର ଆଦି ବିଷୟବସ୍ତୁ ଉପରେ କେନ୍ଦୁଝର ଜିଲ୍ଲାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଏବଂ ‘ଆମ କଳିକା କେନ୍ଦ୍ର’ ଅଧିକାରୀମାନଙ୍କର ତିନିଦିନିଆ ତାଲିମ୍ ଶିବିର ଉଦଘାଟିତ ହୋଇଯାଇଛି। ୟୁନିସେଫର ପ୍ରଯୁକ୍ତି ସହାୟତାରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଏହି ଶିବିରର ଆୟୋଜନ କରିଥିବା ବେଳେ ପ୍ରଥମ ଦିନରେ ‘ପୁଷ୍ଟିର ମୌଳିକତା’, ‘ମହିଳାଙ୍କ ପାଇଁ ପୁଷ୍ଟିର ଗୁରୁତ୍ୱ’, ଏବଂ “ଶିଶୁଙ୍କ ପାଇଁ ପୁଷ୍ଟିର ଗୁରୁତ୍ୱ- ଓଡ଼ିଶା ପରିପ୍ରେକ୍ଷୀରେ” ଆଦି ବିଷୟବସ୍ତୁ ଉପରେ ବିଶଦ ଆଲୋଚନା ସହ ତାଲିମ୍ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମକୁ ୟୁନିସେଫର ବରିଷ୍ଠ ପୁଷ୍ଟି ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ ଏବଂ ଜିଲ୍ଲାପାଳ ଆଶିଷ ଠାକରେ ମିଳିତ ଭାବେ ଉଦଘାଟନ କରିଥିଲେ। ବର୍ତ୍ତମାନ ଜିଲ୍ଲାର ୭ଟି ବ୍ଲକରେ ଆମ କଳିକା କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ଖୁବଶୀଘ୍ର ଅନ୍ୟ ୬ଟି ଜିଲ୍ଲାରେ ଏହାର ଶୁଭାରମ୍ଭ ହୋଇଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ତାଲିମ୍ ଶିବିରରେ ସିଡିପିଓ ଏବଂ ଆମ କଳିକା କେନ୍ଦ୍ରର ପ୍ରକଳ୍ପ ପରିଚାଳକ ଓ ସୁପରଭାଇଜରଙ୍କୁ ମିଶାଇ ମୋଟ ୭୦ଜଣ ଅଧିକାରୀ ସାମିଲ୍ ହୋଇଛନ୍ତି। ପ୍ରଥମ ଦିନରେ ୟୁନିସେଫ୍ ତରଫରୁ ପୁଷ୍ଟି ବିଶେଷଜ୍ଞ ଡ. ସଞ୍ଜୟ କୁମାର ସାହୁ, ସାମାଜିକ ଯୋଗାଯୋଗ ବିଶେଷଜ୍ଞ ସୁଗତ ରୟ, ଶିଶୁ ସୁରକ୍ଷା ବିଶେଷଜ୍ଞ ଘାଷିରାମ ପଣ୍ଡା, ମାତୃ ପୁଷ୍ଟି ବିଶେଷଜ୍ଞ ସୋନାଲି ସିହ୍ନା, ଶିଶୁ ପୁଷ୍ଟି ବିଶେଷଜ୍ଞ ପ୍ରଜ୍ଞା ଚୌଧୁରୀ ପ୍ରମୁଖ ଏବଂ ଯାଞ୍ଚ ଓ ମୂଲ୍ୟାଙ୍କନ ବିଶେଷଜ୍ଞ ଅକ୍ଷୟ ଲିମାଲ ପ୍ରମୁଖ ଧାର୍ଯ୍ୟ ବିଷୟବସ୍ତୁ ଉପରେ ତାଲିମ୍ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories