କଣ୍ଟାବାଞ୍ଜି: କଣ୍ଟାବାଞ୍ଜିକୁ ସ୍ୱତନ୍ତ୍ର ଜିଲ୍ଲା ଦାବୀକୁ ବ୍ୟାପକ କରିଛି ଜିଲ୍ଲା ସଂଘର୍ଷ ସମିତି। ଏହି ପରିପ୍ରେକ୍ଷିରେ ମଂଗଲବାର ଦିନ ଜିଲ୍ଲା ସଂଘର୍ଷ ସମିତିର ଡାକରାରେ ସଂପୂର୍ଣ୍ଣ କଂଟାବାଂଜି ବନ୍ଦ ରହିଥିଲା। ବନ୍ଦ ଡାକରାକୁ ସମର୍ଥନ ଜଣାଇ ସହରର ସମସ୍ତ ବ୍ୟବସାୟୀକ ଅନୁଷ୍ଠାନ, ଦୋକାନବଜାର, ସରକାରୀ ବେସରକାରୀ ସ୍କୁଲ କଲେଜ ସହ ଯାନବାହାନ ଚଳାଚଳ ସକାଳ ୬ଟାରୁ ଅପରାହ୍ନ ୬ଟା ଯାଏ ବନ୍ଦ ରଖିଥିଲେ। ଏପରିକି ସହରରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା।
ଆଜିର ବନ୍ଦ ଡାକରାରେ ସହରର ଶତାଧିକ ଅନୁଷ୍ଠାନ, ମହିଳା ଗୋଷ୍ଠି, ଯୁବ ସମାଜ, ସାମାଜିକ ଅନୁଷ୍ଠାନ, ବ୍ୟବସାୟୀକ ଅନୁଷ୍ଠାନ ସହିତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ସାମିଲ ହୋଇଥିଲେ।



