ବୌଦ୍ଧ: ସାରା ରାଜ୍ୟରେ ପଞ୍ଚାୟତ ନିବାର୍ହୀ ଅଧିକାରୀମାନେ ସରକାରଙ୍କ ବିଭିନ୍ନ ଯୋଜାନର କାର୍ଯ୍ୟ ଗୁଡିକ ସଫଳ କରିବାକୁ କାର୍ଯ୍ୟ କରିଆସୁଥିବାବେଳେ ସେମାନେ କିନ୍ତୁ ବିଭିନ୍ନ ଅସୁବିଧାରେ ଥିଲେ ମଧ୍ୟ ସରକାର ସେମାନଙ୍କ ଦାବୀ ପ୍ରତି ଆଦୌ କର୍ଣ୍ଣପାତ କରୁନାହାନ୍ତି। ଏନେଇ ସାରା ରାଜ୍ୟରେ ନିଖିଳ ଉତ୍କଳ ପଞ୍ଚାୟତ ନିବାର୍ହୀ ଅଧିକାରୀ ସଂଘ ପକ୍ଷରୁ ଦୁଇ ଦଫା ଦାବୀ ଯଥା କାର୍ଯ୍ୟରେ ଯୋଗଦେବା ସମୟରେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ପରିବର୍ତ୍ତେ ଯୁକ୍ତି ତିନି କରାଯାଉ ଓ ଲେବୁଲ ୯ ହାରରେ ଦରମା ପ୍ରଦାନ କରାଯାଉ , ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ବରିଷ୍ଠତା ଭିତିରେ ପନୋନ୍ନତି ଲାଗୁ କରିବା ସହ ସେମାନଙ୍କ କ୍ଷେତ୍ରରେ ମଧ୍ୟ ଓପିଆରସି ରୁଲ ଲାଗୁ କରିବା ନେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସଂଘ ପକ୍ଷରୁ ଦୁଇ ଦଫା ଦାବୀ ନେଇ ଗତ ୭ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ କରିଧାନ କରି କାର୍ଯ୍ୟ କରିଆସୁଥିବାବେଳେ ଦାବୀ ପୁରଣ ନହେଲେ ୧୮ ତାରିଖ ଠାରୁ ସମୁହ ଛୁଟିରେ ଯିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। କିନ୍ତୁ ରାଜ୍ୟ ସରକାର ଦାବୀ ଗୁଡିକ ପୁରଣ କରିନଥିବାରୁ ସମସ୍ତ କାର୍ଯ୍ୟ ନିବାହୀ ଅଧିକାରୀ ମାନେ ଛୁଟିରେ ଯିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଜି ଧାରଣା ଦେଇଥିଲେ। ସେହିପରି ବୌଦ୍ଧ ଠାରେ ମଧ୍ୟ ଶୁକ୍ରବାର ଦିନ ଜିଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯର୍୍ୟାଳୟ ଆଗରେ ଧାରଣା ଦେଇଥିଲେ। ବୌଦ୍ଧ ସଂଘର ସଭାପତି ଜୟଦେବ ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ପଞ୍ଚାୟତ ନିବାହୀ ଅଧିକାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ପରେ ଦୁଇ ଦଫା ଦାବୀ ପତ୍ର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି। ଧାରଣାରେ ଜିଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ସାମିଲ ଥିଲେ।
Popular Categories



