www.samajalive.in
Saturday, December 13, 2025
26.1 C
Bhubaneswar

ଶଙ୍କର ପ୍ରଜାତୀର ବୋଦା ବଣ୍ଟନ

କଲ୍ୟାଣସିଂହପୁର: ଓଡ଼ିଶା ସରକାର ମିଶନ ଶକ୍ତି ବିଭାଗ ଓ ଓଡିଶା ଜୀବିକା ମିଶନ ଦ୍ୱାରା ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମା ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମପଞ୍ଚାୟତ ସ୍ତରୀୟ ସଂଘ ସହାୟତାରେ ଶଙ୍କର ପ୍ରଜାତୀର ଗ୍ରାମପଞ୍ଚାୟତ ସ୍ତରୀୟ ସଂଘ ବଣ୍ଟନ କରାଯାଇଛି। ଉକ୍ତ ପଞ୍ଚାୟତର ୨୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୨୦ଜଣ ମହିଳାଙ୍କୁ ଶଙ୍କର ପ୍ରଜାତୀର ବୋଦା ବଣ୍ଟନ କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଗୋଟିଏ ବ୍ଲକର ବୋଦାକୁ ଅନ୍ୟ ବ୍ଲକକୁ ସ୍ଥାନାନ୍ତର କରିବା ଦ୍ୱାରା ରୋଗ କମିବ, ଉନ୍ନତ ଧରଣର ବୋଦା ଛୁଆ ଜନ୍ମ ହେବ। ଯାହା ଦ୍ୱାରା ବୋଦା ଚାଷକରି ଜୀବିକା ନିର୍ବାହ କରୁଥିବା ମହିଳା ମାନେ ଅଧିକ ଦୁଇ ପଇସା ରୋଜଗାର କରି ସ୍ୱାବଲମ୍ବୀ ହୋଇପାରିବେ। ସମସ୍ତ ବୋଦାର ଜୀବନ ବୀମା କରାଯାଇଛି ଓ ଓଜନ ବଢ଼ାଇବା ପାଇଁ ଭିଟାମିନ ଔଷଧ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ବିଡ଼ିଓ ସୁନିଲ ଖରା, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ବ୍ଲକ ପଶୁ ଚିକିତ୍ସକ ଚିନ୍ମୟ ସାହୁ, ଓଡ଼ିଶା ମିଶନ ଶକ୍ତିର ବ୍ଲକ ପ୍ରୋଜେକ୍ଟ ସଂଯୋଜିକା ପ୍ରିୟଙ୍କା ପ୍ରିୟଦର୍ଶନୀ ନିମୁଲିଆ, ବିପିଏମ ଓଲିୟମ କଳ୍ପତରୁ ବେହେରା, ମହାସଙ୍ଗର ସମସ୍ତ କର୍ମୀ, ବ୍ଲକସ୍ତରୀୟ କର୍ମୀ ଓ କୃଷିମିତ୍ର ପ୍ରାଣୀ ମିତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories