www.samajalive.in
Sunday, December 14, 2025
26.1 C
Bhubaneswar

ଆରମ୍ଭ ହେଲା ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଦେଶ ପାଇଁ ପ୍ରାଣବଳି ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ଏବଂ ସାହସୀ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଆଜିଠାରୁ ଦେଶ ବ୍ୟାପୀ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅଭିଯାନ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଯବାନମାନଙ୍କ ସ୍ମୃତିଚାରଣ ପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଦେଶର ସବୁ ଗ୍ରାମପଞ୍ଚାୟତ, ବ୍ଲକ୍‌‌, ପୌରପାଳିକା ଅଞ୍ଚଳରେ ସ୍ୱାଧୀନତା ସଂଗ୍ରାମୀ ଏବଂ ବୀର ଯବାନମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅମୃତ ସରୋବର ନିକଟରେ ଶିଳାଫଳକ ସ୍ଥାପନ କରାଯାଉଛି । ଦେଶ ପାଇଁ ବଳିଦାନ ଦେଇଥିବା ବୀରଙ୍କ ନାମ ସହିତ ପ୍ରଧାନମନ୍ତ୍ରୀଙ୍କର ବାର୍ତ୍ତାକୁ ଶିଳାଫଳକରେ ସ୍ଥାନ ଦିଆଯାଉଛି।
ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବର ସମାପନ କାର୍ଯ୍ୟକ୍ରମ ଭାବେ ‘ମେରୀ ମାଟି ମେରା
ଦେଶ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ‘ମାଟିକୁ ପ୍ରଣାମ ଏବଂ ବୀରଙ୍କୁ ବନ୍ଦନା କାର୍ଯ୍ୟକ୍ରମ’ ଏହି ଅଭିଯାନର ପ୍ରମୁଖ ଉପାଦାନ ଭାବେ
କାର୍ଯ୍ୟକାରୀ କରାଯାଉଛି।
ଏହି ଅବସରରେ ଦେଶର କୋଣ-ଅନୁକୋଣରେ ଅମୃତ କଳସ ଯାତ୍ରା ଆୟୋଜନ କରାଯାଉଛି । ୭ ହଜାର ୫୦୦ କଳସ ବିଭିନ୍ନ ସ୍ଥାନରୁ
ଅଣାଯାଇ ଦିଲ୍ଲୀର ଅମୃତ ବାଟିକାଠାରେ ସ୍ଥାପନ କରାଯିବ, ଯାହାକି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ସଂକଳ୍ପର ପ୍ରତୀକ ହେବ। ମେରୀ ମାଟି ମେରା
ଦେଶ ଅଭିଯାନର ଉଦ୍‌‌ଯାପନୀ କାର୍ଯ୍ୟକ୍ରମ ଚଳିତମାସ ୩୦ ତାରିଖ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ବିଶେଷ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଆୟୋଜନ କରାଯିବ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories