ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସିର ୱାର୍ଡ ନଂ ୪ରେ ଦମ୍ ଦମା ପୋଲ ତଳେ ବହିଯାଇଛି ଏକ ନଳିଆ। ଗତ ରାତିର ଗୋଟିଏ ଅସରା ବର୍ଷାରେ ଆଜି ଏହି ନଳିଆ ପୋଲ ଉପରେ ଆଣ୍ଠୁଏ ପାଣି ସହ ପାଖରେ ଥିବା ବସ୍ତ୍ର ପରିବର୍ତ୍ତନ ଘର ଭିତରେ ମଧ୍ୟ ଦୁଇଫୁଟ ପାଣି ଜମି ରହିଥିଲା। ପୋଲ ଉପରେ ପାଣିର ସ୍ରୋତ ଏତେ ବେଶୀ ଥିଲା, ପାଦରେ ଚାଲି ପରି ହେବା ତ ଦୂରେ ଥାଉ ବାଇକ୍ ଗୁଡ଼ିକ ମଧ୍ୟ ଭାସି ଯିବାର ଆଶଙ୍କା ଥିଲା। ତେଣୁ ଏହି ରାସ୍ତାରେ ଆଜି ଗମନ ଗମନ ପ୍ରାୟ ବନ୍ଦ ରହିଥିଲା। ଏହି ନଳିଆ ଦେଇ ଯାଇଥିବା ରାସ୍ତାଟି ସିଧା ସଳଖ ପାହାର ଟୋପ ଶ୍ରିଗୀଡା ରାସ୍ତାରେ ଥିବା ସରକାରୀ ଚାଉଳ ଗୋଦାମ ଘର (ଏଫ୍ ସି ଆଇ)କୁ ସଂଯୋଗ କରୁଛି। ଏଠାରେ ପୋଲ ନିର୍ମାଣ ତଥା ଗାଧୁଆ ତୁଠ ସହ ଏକ ବସ୍ତ୍ର ପରିବର୍ତ୍ତନ ଘର ନିର୍ମାଣ ନିମନ୍ତେ ବିଧାୟିକାଙ୍କୁ ଜଣାଇଥିଲେ। ବିଧାୟିକା ଉକ୍ତ ସ୍ଥାନକୁ ଯାଇ ସବୁ କିଛି ଦେଖି ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନରେ ସହରର ରୂପାନ୍ତରିକରଣ ପାଇଁ ୨୦୨୨/୨୩ ଆର୍ଥିକ ବର୍ଷରେ ସେଠାରେ ଗାଧୁଆ ଘାଟ ଓ ବସ୍ତ୍ର ପରିବର୍ତ୍ତନ ଘର ପାଇଁ ୯୬,୯୦୧ ଟଙ୍କା ଓ ନଳୀଆ ଉପରେ ପୋଲ ପାଇଁ ୩,୯୨,୧୩୦ ଟଙ୍କା ଅନୁଦାନ ରାଶି ମଞ୍ଜୁର କରିଥିଲେ। ଏହା ବ୍ୟତୀତ ଏହି ପୋଲରୁ ଗ୍ୟାସ ଗୋଦାମ ପର୍ଯ୍ୟନ୍ତ ରାସ୍ତାର କଂକ୍ରିଟ କରଣ ପାଇଁ ଏକ କୋଟି ବାଆଶଠି ଲକ୍ଷ୍ ଟଙ୍କା ଅନୁମୋଦନ କରାଯାଇଥିଲା। ଉକ୍ତ ଅଟକଳ ମୂଲ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ନିର୍ମାଣ ହୋଇଥିଲା। କିନ୍ତୁ ନିର୍ମାଣ ହେବାର ମାତ୍ର କେଇ ମାସ ହୋଇନି, ଅସରାଏ ବର୍ଷାରେ ଆଜି ଏହି ପୋଲ ଉପରେ ଦୁଇ ଫୁଟ ପାଣି ଯିବା ସହ ଗାଧୁଆ ଘର ଓ ବସ୍ତ୍ର ପରିବର୍ତ୍ତନ ଘର ଭିତରେ ମଧ୍ୟ ଦୁଇ ଫୁଟ ପାଣି ଜମି ରହିଥିଲା।
Popular Categories



