କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମା ପଞ୍ଚାୟତର ଲେକାପାଇ ଗାଁର ଗରିବ ଗୌଡ଼ ବେଣୁହଂସାଙ୍କ ପାହାନ୍ତିଆ ଚାରିଟା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇଟି ବଳଦଙ୍କର ମୃତ୍ୟୁ ଘଟିଛି। ଅଳ୍ପକେ ୬ଟି ଗାଈ ବାଛୁରୀ ବର୍ତ୍ତୀ ଯାଇଛନ୍ତି।
ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଜଣେ ଗରିବ ଚାଷୀ ବେଣୁଧରଙ୍କ ଦୁଇଟି ବଳଦ ନିଜ ଗୋରୁ ଶାଳ ଦେଇ ୧୧କେଭି ବିଦ୍ୟୁତ ସଂସ୍ପର୍ଶରେ ଚାଲି ଯାଇଛି। ବିଦ୍ୟୁତ ଭିବାଗ କର୍ମଚାରୀଙ୍କୁ ବାରମ୍ବାର କହିବା ପରେ ମଧ୍ୟ ଗୋରୁ ଶାଳ ଉପରେ ଯାଇଥିବା ବିଦ୍ୟୁତ ତାର କାଢି ନଥିବାରୁ ଏହି ଅଘଟଣ ଘଟିଛି ବୋଲି ଗରିବ ଗୌଡ଼ ବେଣୁହଂସା କହିଛନ୍ତି।



