ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ଭାଜପା ତରଫରୁ କେନ୍ଦ୍ର ସରକାରଙ୍କ ୯ ବର୍ଷର ରିପୋର୍ଟ କାର୍ଡକୁ ନେଇ ‘ଜନସମ୍ପର୍କରୁ ଜନସମର୍ଥନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦଳୀୟ କର୍ମକର୍ତ୍ତା ମାନେ ରାଇକିଆ ସଦର ସମେତ ବ୍ଲକର ବିଭିନ୍ନ ପଂଚାୟତରେ ଘରକୁ ଘର ବୁଲି କାର୍ଡ/ପତ୍ରିକା ବଣ୍ଟନ କରିବା ସହ ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଅଭିଯାନରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ସାଧାରଣ ସମ୍ପାଦକ ମନୋଗୋବିନ୍ଦ ପ୍ରଧାନ, ଜିଲ୍ଲା ଓବସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସନ୍ତୋଷ ଲେଙ୍କା, ମଣ୍ଡଳ ସଭାପତି ନାରାୟଣ ପାତ୍ର, ସନ୍ତୋଷ ପାତ୍ର, ସୁରେଶ ଚନ୍ଦ୍ର ବିଶ୍ୱାଳ, ଅଭିମନ୍ୟୁ ପଣ୍ଡା, ଘନଶ୍ୟାମ ପ୍ରଧାନ, ଡମ୍ବରୁଧର ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।
Popular Categories



