ଫୁଲବାଣୀ: ଫୁଲବାଣୀ ଅବକାରୀ ମୋବାଇଲ ୟୁନିଟି ମଙ୍ଗଳବାର ସକାଳେ ପେଟ୍ରୋଲିଂ କରୁଥିବା ବେଳେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଦର ଛକରେ ଗୋଟିଏ ଅଟୋକୁ ଅଟକାଇ ଯାଞ୍ଚ କରିଥିଲେ ସେହି ଅଟୋରୁ ୩୦କିଲୋ ଗଞ୍ଜେଇ ବାହାରି ଥିଲା। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଫୁଲବାଣୀ ଅବକାରୀ ମୋବାଇଲ ୟୁନିଟି। ଗିରଫଙ୍କ ମଧ୍ୟରେ ଦୁଇ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଗିରଫ ମାଫିଆ ମାନେ ହେଲେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ଥାନା ଅଞ୍ଚଳ ନୂଆପଦର ପଞ୍ଚାୟତ ବିଲୁପଦର ଟୁନି ବେହେରା ଏବଂ ଝିଲି ସାହାଣୀ ଓ ଅନ୍ୟ ଜଣେ ହେଲେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଥାନା ଅଞ୍ଚଳର ବ୍ରଜ କିଶୋର ନାୟକ।
Popular Categories



