ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା, ଜଣେ ଗୁରୁତର

ଲାଞ୍ଜିଗଡ଼: ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ସିକେର କୁପା ନିକଟରେ ଏକ ବୁଲାଣିରେ ଦୁଇଟି ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଚାଳକ ଗୁରୁତର ଆହତ ହୋଇଛି। ସ୍ଥାନୀୟ ଲୋକେ ଓ ପୁଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଥିବା ଜଣାପଡିଛି।

ସୂଚନା ଅନୁସାରେ ରାୟଗଡ଼ା ଠାରୁ ଏକ ଆଇଚର ଟ୍ରକଟି ବିଶାଖାପାଟଣା ଯାଉଥିବା ଅନ୍ୟ ଏକ ଟ୍ରକକୁ ଲାଞ୍ଜିଗଡ଼ ବ୍ଳକ ସିକେରକୁପା ଏକ ବୁଲାଣିରେ ଧକ୍କା ଦେଇ ଫେରାର ମାରୁଥିବା ବେଳେ ସ୍ଥାନୀୟ ଲୋକଙ୍କର ସହାୟତା କ୍ରମେ ଟ୍ରକ ଟିକୁ ଅଟକ ରଖି ସିକେରକୁପା ଫାଣ୍ଡି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ, କନେଷ୍ଟବଳ ଗୋକୁଳ ସାହୁ, ବିଶ୍ଵନାଥ ମହଲା ଏବଂ ସ୍ଥାନୀୟ ଯୁବକ ପ୍ରମୋଦ କୁମାର ନାଏକ, କୃଷ୍ଣ ମୋହନ ପାଣିଗ୍ରାହୀ ପହଞ୍ଚି ଗୁରୁତର ଅବସ୍ଥାରେ ପଡ଼ିରହି ଥିବା ଟ୍ରକ ଚାଳକକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୂଖ୍ୟ ଚିକିତ୍ସାଳୟକୁ ପଠାଇ ଥିବାବେଳେ ଦୁର୍ଘଟଣା ଘଟେଇଥିବା ଟ୍ରକଟିକୁ ଅଟକ ରଖି ପଚରାଉଚରା କରୁଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

Comments are closed.