ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ କ୍ୟାରିୟର କାଉନସେଲିଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଳ୍ପ କେନ୍ଦ୍ର ଫୁଲବାଣୀ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ମୁଖ୍ୟ ପରିଚାଳକ ଅଗ୍ରଣୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ଫୁଲବାଣୀର ହରେକୃଷ୍ଣ ଜେନା, ବିତ୍ତିୟ ସାକ୍ଷର ତା ପରିଚାଳକ ଲକ୍ଷ୍ମୀ ଧର ମଲ୍ଲିକ, ଶିଳ୍ପବିକାଶ ଅଧିକାରୀ ସୁରେନ୍ଦ୍ର ସାହୁ, ବନମାଳି ମହାପାତ୍ର ଯୋଗ ଦେଇ ବେକାରଯୁବକ ଯୁବତୀ କିପରି ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଦ୍ୱାରା ସ୍ୱାବଲମ୍ବୀ ହୋଇ ରୋଜଗାରକ୍ଷମ ହୋଇ ପାରିବେ, ବ୍ୟାଙ୍କ ଜରିଆରେ 35%ସବସିଡି ପାଇ ବ୍ୟବସାୟ ରେ କିପରି ଲାଭବାନ ହେବେ ଆଲୋଚନା କରିଥିଲେ।
Popular Categories



