www.samajalive.in
Sunday, December 14, 2025
14.1 C
Bhubaneswar

ରେଙ୍ଗାଲିରେ ଷ୍ଟାଡିୟମ ନିର୍ମାଣ କେବେ?

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଶିଳ୍ପ ସମୃଦ୍ଧ ବୋଲି ବିବେଚିତ ହେବା ସହିତ ଶିଳ୍ପ କରିଡର ବୋଲି କୁହାଯାଉଛି। ତେବେ ଏ ଅଞ୍ଚଳର ମୌଳିକ ଓ ପାରିପାର୍ଶ୍ବିକ ବିକାଶ ଆଶାନୂରୁପ ଭାବରେ ହେଉ ନଥିବାର ସଚେତନ ଜନସାଧାରଣରେ ଅଭିଯୋଗ ହୋଇ ଆସୁଛି। ରେଙ୍ଗାଲିରେ ଷ୍ଟାଡିୟମ ନିର୍ମାଣ ପାଇଁ କ୍ରିଡାବିତ୍, କ୍ରୀଡାପ୍ରେମୀ ଓ ସଚେତନ ନାଗରିକ ମହଲରେ ଦୀର୍ଘ ବର୍ଷ ହେଲା ଦାବୀ ହୋଇ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦାବୀ ପୂରଣ ହୋଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଷ୍ଟାଡିୟମ ନିର୍ମାଣ କେବେ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।

ସରକାର କ୍ରୀଡା ଓ ଏହାର ଭିତ୍ତିଭୂମି ର ବିକାଶ ପ୍ରତି ଗୁରୁତ୍ବ ଦେବା ସହିତ କ୍ରିଡାବିତ୍ ମାନଙ୍କୁ ପ୍ରୋତ୍ସାହିତ କରୁଥିବା ବେଳେ ରେଙ୍ଗାଲିରେ ଷ୍ଟାଡିୟମ ନିର୍ମାଣ ପାଇଁ ଦୀର୍ଘ ଦିନରୁ ହୋଇ ଆସୁଥିବା ଦାବି ପୂରଣ ନହେବା ବିଡମ୍ବନାର ବିଷୟ ବୋଲି ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏବେ ଯେଉଁ ଖେଳ ପଡିଆ ଅଛି ତା’ର ଦୁଇ ପାର୍ଶ୍ବରେ ବାଡ ଦିଆଯାଇଥିବା ବେଳେ ଆଉ ଦୁଇ ପାର୍ଶ୍ବରେ ବାଡ ନାହିଁ। ସୁଚିତ ଯେ ରେଙ୍ଗାଲି ଏବଂ ଏହାର ଆଖପାଖ ଅଞ୍ଚଳରେ ଅନେକ ଯୁବ ପ୍ରତିଭାବାନ୍ କ୍ରିଡାବିତ୍ କ୍ରିକେଟ, ଫୁଟବଲ ଆଦି ଖେଳରେ ଜିଲ୍ଲା, ଆନ୍ତଃ ଜିଲ୍ଲା ଓ ରାଜ୍ୟସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରି ପ୍ରଶଂସିତ ହୋଇଛନ୍ତି। କ୍ରିକେଟରେ ଦ୍ରୁତ ବୋଲିଂ କରୁଥିବା ରେଙ୍ଗାଲି ନିକଟସ୍ଥ ରମ୍ପେଲାକେମ୍ପ ଗ୍ରାମର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ ଏକାଡେମୀ ପାଇଁ ମନୋନୀତ ହୋଇ ଥିବା ବେଳେ ରେଙ୍ଗାଲି ଆହୁରି ଅନେକ ଯୁବ ପ୍ରତିଭା ଜିଲ୍ଲା ଓ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ରେ ଅଂଶ ଗ୍ରହଣ କରି ସଫଳତା ପାଇଁ ପ୍ରୟାସ ଜାରି ରଖିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories