ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାନେଶ୍ୱର ବ୍ଲକ୍ ରାସନପୁର ଗ୍ରାମର ସ୍ବର୍ଗତ ବିଲାସିନି ମହାନନ୍ଦଙ୍କର କିଛି ଦିନ ପୂର୍ବେ ମୃତ୍ୟୁବରଣ କରିଥିଲେ। ସେ ପୂର୍ବରୁ ବିଧବା ହୋଇଥିବାରୁ ତାଙ୍କ ଭାଇ ଚରଣ ଛୂରିଆଙ୍କ ପାଖରେ ରହୁଥିଲେ। ସେ ନିଃସନ୍ତାନ ଥିଲେ। ରାସନପୁର ଗ୍ରାମର ଜିତେନ୍ଦ୍ର ଛୂରିଆ “ସେବା” ସଭାପତି ଡଃ ଅମର ତାଣ୍ଡିଆଙ୍କୁ ଚରଣ ଛୁରିଆଙ୍କ ଅସହାୟତା ବିଷୟରେ ଜଣାଇଥିଲେ। ଏହା ପରେ ତୁରନ୍ତ ସେବା ଅନୁଷ୍ଠାନ ପକ୍ଷରୁ ରାସନପୁରକୁ ଯାଇ ତାଙ୍କର ଭାଇଙ୍କୁ ଗଙ୍ଗାଭୋଜ ସକାଶେ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ସମୟରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର, ଦୀପକ ସା, ନରେଶ ସୂନାର, ଅରବିନ୍ଦ ବେହେରା, ଅର୍ପଣ ଦାସନାୟକ, ଶୁଭମ ଦେହୂରୀ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



