ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ବଡ଼ ପାଟଣା ପଞ୍ଚାୟତ ଗ୍ରାମ ସ୍ବାମଶାସନ ନିକଟସ୍ଥ ମୁଣ୍ଡା ସାହିର ବୁଧୁ ମୁଣ୍ଡାଙ୍କ ପୁଅ ଟିଟୁ ମୁଣ୍ଡା ଯାଜପୁର ଜିଲ୍ଲା କାଇପଡାର ଏକ ହୋଟେଲରେ କାମ କରୁଥିବା ବେଳେ ସେଠାରୁ କୁଆଡେ ଚାଲିଯାଇଥିବା ବେଳେ ହୋଟେଲ ମାଲିକ ତାଙ୍କର ଘରକୁ ଏହି ଖବର ଫୋନ୍ ଯୋଗେ ଜଣାଇଥିଲେ। ତମର ପୁଅ ଆମ ହୋଟେଲ କାମ ସାରି ରାତିରେ କୁଆଡେ ଚାଲିଯାଇଛି ବୋଲି କହିଥିଲେ। ତେଣୁ ତାଙ୍କ ପରିବାର ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିଛି ଦିନ ତଳେ ଟିଟୁ ମୁଣ୍ଡା ତାଙ୍କର ଘରକୁ ଫୋନ୍ କରିବାରୁ ତାଙ୍କର ବାପା ବୁଧୁ ମୁଣ୍ଡା ଓ କିଛି ଗାଁ ଲୋକଙ୍କ ସହିତ କଟକକୁ ଯାଇ ଟିଟୁ ମୁଣ୍ଡାକୁ ଉଦ୍ଧାର କରିଛନ୍ତି। ତାକୁ ଘରକୁ ଆଣିବା ପରେ ଟିଟୁ ମୁଣ୍ଡା କହିଛି ଯେ ମୋତେ ହୋଟେଲ୍ ମାଲିକ ଦୁଇଦିନ ଧରି ଖାଇବାକୁ ନଦେଇ ପିଟା ମରା କରୁଥିବା କାରଣରୁ କଟକ ପଳାଇଥିଲି।
Popular Categories



