www.samajalive.in
Sunday, December 14, 2025
14.1 C
Bhubaneswar

ପିପିଳିଆରେ ମିଶନ ଶକ୍ତି ସଚେତନତା କର୍ମଶାଳା

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଠାରେ ଘଟଗାଁ ବ୍ଲକ ମିଶନ ଶକ୍ତି ପକ୍ଷରୁ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ସମ୍ବନ୍ଧୀୟ ଏକ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜକ ଯଜ୍ଞବଲ୍କ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗ ଦେଇଥିଲେ। ଏଥିରେ ବ୍ୟାଙ୍କ ଋଣ ଗ୍ରହଣ ଓ ଋଣ ଫେରସ୍ତ, ମତ୍ସ୍ୟ ଚାଷ, ପ୍ରାଣୀ ସମ୍ପଦ ପାଳନ, ଉଦ୍ୟାନ କୃଷି, ଜିଆ ଖତ ପ୍ରସ୍ତୁତି, ଧାନ ଚାଷ ଆଦି ସମ୍ପର୍କରେ ଅତିଥିଗଣ ମାର୍ଗ ଦର୍ଶନ ଦେଇଥିବା ବେଳେ ପିପିଳିଆ ସରାସପଶି ଓ ବଡ଼ପିଛୁଳା ପଞ୍ଚାୟତରୁ ୪ ଶହ ଏସଏଚଜି ମହିଳା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଯାଜ୍ଞସେନି ମହାନ୍ତ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା, ପିପିଳିଆ ସରପଞ୍ଚ ଗୋଲାପ ନାୟକ, ବ୍ଲକ ଫେଡେରେସନ ସଭାପତି ସାଧନା ମହାକୁଡ଼, ସମ୍ପାଦିକା ସୁମିତ୍ରା ମହାନ୍ତ, ବିଭିଓ ସୁଶାନ୍ତ କୁମାର ସିଂହ, ବ୍ଲକ କୃଷି ଅଧିକାରୀ ରାଜେନ୍ଦ୍ର ଦାସ, ସହକାରୀ ମତ୍ସ୍ୟ ଅଧିକାରୀ ଗୋପାଳ ଚନ୍ଦ୍ର ରାଉତ, ବନବିଭାଗ ଜିଲ୍ଲା ସଂଯୋଜକ ନିର୍ମଳ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories