www.samajalive.in
Sunday, December 14, 2025
17.1 C
Bhubaneswar

ଆଇଟିଡିଏ ପକ୍ଷରୁ ମହିଳା ଚାଷୀଙ୍କୁ କୃଷି ଉପକରଣ ଓ ଯନ୍ତ୍ରପାତି ବଣ୍ଟନ

କେନ୍ଦୁଝରଗଡ଼: ମହିଳା ଚାଷୀଙ୍କୁ କୃଷିକ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇବା ଲକ୍ଷ୍ୟରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝର ପକ୍ଷରୁ ମାଗଣାରେ କୃଷି ଉପକରଣ ଓ ଯନ୍ତ୍ରପାତି ବଣ୍ଟନ କରାଯାଇଛି। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝର କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ୬ଟି ସ୍ୱୟଂ ସହାୟକ ଗୋଷ୍ଠୀର ୬୦ଜଣ ସଦସ୍ୟାଙ୍କୁ ପାୱାରଟିଲର ରିଆତି ମୂଲ୍ୟରେ ଏବଂ ୧୫ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଓଜନ ମେସିନ, ୨୦ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ଲାଷ୍ଟିକ୍‌‌ କ୍ରେଟ ମାଗଣାରେ ବଣ୍ଟନ କରାଯାଇଥିଲା। ଜୀବୀକା ମିଶନ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟଅତିଥି ଶ୍ରୀ ମାଝୀ ଆଲୋକପାତ କରିବା ସହ କୃଷି ଉପକରଣ ଓ ଯନ୍ତ୍ରପାତିକୁ ସଠିକ୍‌‌ ଭାବେ କୃଷି କାର୍ଯ୍ୟରେ ବିନିଯୋଗ କରିପାରିଲେ ମହିଳା ଚାଷୀମାନେ ଅଧିକରୁ ଅଧିକ ଲାଭବାନ ହୋଇପାରିବେ ବୋଲି ପରାମର୍ଶ ଦେଇଥିଲେ। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝରର ପ୍ରକଳ୍ପ ପ୍ରଶାସକ ତପନ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝରର ଅଧ୍ୟକ୍ଷ ସୁଶ୍ରୀ ଲକ୍ଷ୍ମୀ ନାଏକ, ଉପାଧ୍ୟକ୍ଷ ନାରାୟଣ ପୂର୍ତ୍ତି, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝର ପ୍ରକଳ୍ପ ପରିଚାଳକ ସଚ୍ଚିଦାନନ୍ଦ ମିଶ୍ର, କୃଷି ବିଶେଷଜ୍ଞ ଭାନୁମତୀ ବେହେରା ଓ ଏଷ୍ଟାବ୍ଲିସ୍‌‌ମେଣ୍ଟ ଅଧିକାରୀ ଜଗବନ୍ଧୁ ରାଉତ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବ୍ଲକରୁ ଆସିଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ କୃଷି ଉପକରଣ ଓ ଯନ୍ତ୍ରପାତି ବଣ୍ଟନରେ ସହାୟତା କରିବା ସହ ଏହାର କିଭଳି ସଦୁପଯୋଗ କରାଯାଇ ପାରିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories