ସମ୍ବଲପୁର: ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ପ୍ରସିଦ୍ଧ ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ବୟସ୍କ ଓ ଭିନ୍ନକ୍ଷମ ଶ୍ରଦ୍ଧାଳୁ ମାନଙ୍କର ଦର୍ଶନରେ ସୁବିଧା ପାଇଁ ପଶ୍ଚିମ ଓଡ଼ିଶାରେ ବିଜୁଳି ବିତରଣ କରୁଥିବା କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ ପକ୍ଷରୁ ଏକ ଷ୍ଟିଲ ନିର୍ମିତ ପାଲିଙ୍କି ମନ୍ଦିର କତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି। କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଜାନନ କାଲୋ ନିଜେ ଉପସ୍ଥିତ ରହି ଶନିବାର ମହାପ୍ରଭୁଙ୍କ ଦର୍ଶନ ଓ ଆର୍ଶିବାଦ ଭିକ୍ଷା କରି ଶ୍ରାବଣ ମାସରେ ଜନସେବା ପାଇଁ ଏହି ପାଲିଙ୍କିକୁ ମନ୍ଦିର କାର୍ଯ୍ୟାଳୟକୁ ପ୍ରଦାନ କରିଛନ୍ତି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



