ଫୁଲବାଣୀ: ରାସ୍ତା କଡରେ ମୁକୁଳା ହୋଇ ପଡିରହିଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମରର ଆର୍ଥିଙ୍ଗ ତାରରେ ଲାଗି ଏକ ଗାଈର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଫିରିଙ୍ଗିଆ ଗୋଛାପଡା ରାସ୍ତାର ନେଡିପଦାର ଗାଁ ପାଖରେ ରାସ୍ତା କଡରେ ଦୀର୍ଘ ଦିନ ଧରି ଏକ ବିଦ୍ୟୁତ ଟ୍ରାନ୍ସଫରମର ମୁକୁଳା ହୋଇ ପଡ଼ିରହିଛି। ମଙ୍ଗଳବାର ଅପରାହ୍ଣ ସମୟରେ ଏକ ଗାଈ ଟ୍ରାନ୍ସଫର୍ମରର ଆର୍ଥିଙ୍ଗ ତାରାରେ ଲାଗି ଯାଇଥିଲା ଓ ଅଂଚଳରେ ଝିପିଝିପି ବର୍ଷା ଲାଗି ରହିଥିବାରୁ ଆର୍ଥିଙ୍ଗ ତାରରେ ମଧ୍ୟ ବିଦ୍ୟୁତ ଚାର୍ଚ୍ଚ ହୋଇଯାଇଥିଲା ଓ ଯାହାଫଳରେ ଗାଇଟି ଚରିବାକୁ ଯାଇ ଏହି ତାରରେ ଲାଗି ମୃତ୍ୟୁବରଣ କରିଥିଲା। ମୃତ ଗାଇଟି ସେହି ନେଡିପଦର ଗାଁର ସନ୍ତୋଷ ଦିଗାଲଙ୍କର ବୋଲି ଜଣାପଡିଥିବା ବେଳେ ଘଟଣା ପରେ ଗାଁରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
Popular Categories



