www.samajalive.in
Monday, December 15, 2025
14.1 C
Bhubaneswar

ଯାନ୍ତ୍ରୀକ ମହାବିଦ୍ୟାଳୟ ପକ୍ଷରୁ ବନମହୋତ୍ସବ ଓ ପୁରସ୍କାର ବିତରଣ

ଗୋପାଳପୁର: ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟ ଏନ୍ ଏସ୍ ଏସ୍ ଶାଖା ପକ୍ଷରୁ ପୋଷ୍ୟ ଗ୍ରାମ ଶିତଳାପଲ୍ଲୀ ସ୍ଥିତ ସରକାରୀ ବିଦ୍ୟାଳୟ ଠାରେ ଦୀର୍ଘ ସାତ ଦିନ ଧରି ଚାଲିଥିବା ବନ ମହୋତ୍ସବର ଉଦଯାପନୀ ଦିବସ ପାଳନ ହୋଇଯାଇଛି। ବିଗତ ସାତ ଦିନ ହେବ ଏନ୍ ଏସ୍ ଏସ୍ ସ୍ଵେଚ୍ଛାସେବୀ ମାନେ ବୃକ୍ଷରୋପଣ କରିବା ସହ ଏହାକୁ ନେଇ ଯତ୍ନବାନ ହେବା ପାଇଁ ବିଦ୍ୟାର୍ଥୀ ମାନଙ୍କୁ ବୁଝାଇ ଆସୁଥିଲେ।

ଆଜି ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ ସଂଯୋଜକ ଡ଼ ଚିତ୍ତରଞ୍ଜନ ମଲ୍ଲିକ ଓ ସଂଯୋଜିକା ଅଧ୍ୟାପିକା ରାନୁମୟୀ ସିଂ ପହଞ୍ଚି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।ମହାବିଦ୍ୟାଳୟର ଅଧ୍ୟାପକ ଡ଼ ଜ୍ଞାନରଞ୍ଜନ ମହାନ୍ତି ଉପସ୍ଥିତ ରହି କୁନି କୁନି ପିଲା ମାନଙ୍କୁ ବ୍ୟଙ୍ଗତ୍ମକ ଢ଼ଙ୍ଗରେ ଗଛର ଉପାଦେୟତା ଓ ବଞ୍ଚେଇ ରଖିବାର କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ସେହିପରି ଶୀତଳାପଲ୍ଲୀ ଗ୍ରାମ୍ୟ ସେକ୍ରେଟାରୀ ସୋମନାଥ ସାହୁ ଉପସ୍ଥିତ ରହି ଗଛର ବିଭିନ୍ନ ଉପାଦେୟତା ସମ୍ପର୍କରେ ମନ୍ତବ୍ୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଏନ୍ ଏସ୍ ଏସ୍ ସ୍ଵେଚ୍ଛାସେବୀ ଙ୍କୁ ସହଯୋଗ କରିଥିଲେ। ଛାତ୍ର ରାହୁଲ୍ ମଞ୍ଚ ପରିଚାଳନା କରିଥିବା ବେଳେ ପରିଶେଷରେ ଆଗରୁ ସଙ୍ଗଠିତ ହୋଇଥିବା ସାତ ଦିନିଆ ପ୍ରଶିକ୍ଷଣ ଶିବିରରେ ପିଲା ମାନଙ୍କର ପ୍ରତିଯୋଗିତା ଅନୁଯାଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା।। ଏନ୍ ଏସ୍ ଏସ୍ ସ୍ଵେଚ୍ଛାସେବୀଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ମହାବିଦ୍ୟାଳୟର ଟିମ୍ ସାଡୋ କ୍ଳବ୍ ପକ୍ଷରୁ ରୋସନ୍ ଓ ଦିନେଶ ଫଟୋ ମାଧ୍ୟମରେ କଏଦ୍ କରିଥିବା ମୁହୁର୍ତ୍ତକୁ ସାମାଜିକ ଗଣମାଧ୍ୟମରେ ଲୋକେ ବେଶ ଭଲ ପାଇଥିବା ଦେଖିବାକୁ ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories