www.samajalive.in
Sunday, December 14, 2025
17.1 C
Bhubaneswar

ପାଟଣାର ବିଭିନ୍ନ ସ୍ଥାନରେ ବାହୁଡ଼ାଯାତ୍ରା

ପାଟଣା: ଘଟଗାଁ ବ୍ଲକ୍ ଖୁଣ୍ଟାପଡାର ଗ୍ରାମରେ ଅଞ୍ଚଳର ସର୍ବ ପୁରାତନ ବାହୁଡା଼ଯାତ୍ରା ଅତୀବ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଅପରାହ୍ନରେ ଘଣ୍ଟଘଣ୍ଟା, ଖୋଳତାଳ, ଢୋଲ ଶବ୍ଦ ସାଙ୍ଗକୁ ହରିବୋଲ, ହୁଳହୁଳି ଜୟ ଜଗନ୍ନାଥ ଧ୍ବନି ମଧ୍ୟରେ ଶ୍ରୀ ବିଗ୍ରହ ମାନଙ୍କର ଗୋଟିପହଣ୍ଡି କରା ଯାଇଥିଲା। ପୂର୍ବ ବର୍ଷ ମାନଙ୍କପରି କେବଳ ଶ୍ରଦ୍ଧାଳୁ ମହିଳା ମାନଙ୍କ ଦ୍ଵାରା ରଥ ଟାଣିବା କାର୍ଯ୍ୟ ଖୁବ୍ ଭାବଭକ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ହୋଇଥିଲା।

ଖିରେଇଟାଙ୍ଗୀରିରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ବାହୁଡା଼ ଯାତ୍ରାରେ ଠାକୁର ରାଜା ଗୋପବନ୍ଧୁ ଦେଓଙ୍କ ଛେରା ପହଁରା ନୀତି କର୍ମ ପରେ ରଥକୁ ଖୁବ ଉତ୍ସାହ ସହକାରେ ଭକ୍ତ ମାନେ ଟାଣୁଥିବାର ଦୃଶ୍ୟ ଦେଖାଯାଇଥିଲା। ଆଖ ପାଖ ଗାଁର ଲୋକମାନଙ୍କ ପ୍ରବଳ ଜନଗହଳି ଥିବା ଯୋଗୁଁ ରଥଯାତ୍ରାରେ କୌଣସି ବିଶୃଙ୍ଖଳା ସୃଷ୍ଟି ନ ହେବା ପାଇଁ ତୁରୁମୁଙ୍ଗା ପୁଲିସ ନିୟୋଜିତ ହୋଇଥିଲେ।

- Advertisement -

 

ପାଟଣା ବ୍ଲକ ଅନ୍ତର୍ଗତ ରାଜନଗରର ପ୍ରାଚୀନ ଦଧିବାମନ ଜୀଉଙ୍କ ବାହୁଡା଼ ଯାତ୍ରା ୩୪୭ ବର୍ଷରେ ପଦାର୍ପଣ କରିଥିବା ବେଳେ ଆଜି ବାହୁଡା଼ ଯାତ୍ରା ଦେଖିବାକୁ ଓ ରଥ ଟାଣିବାକୁ ରାଜନଗରରେ ବହୁ ଲୋକଙ୍କ ଭିଡ଼ ଜମିଥିଲା। ଅନ୍ୟୁନ ୧୦ ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଏଠାକାର ପରିବେଶକୁ ଆଧ୍ୟାତ୍ମିକମୟ କରିଦେଇଥିଲା। ଏଠାରେ ପରିଚ୍ଛା ଦୁର୍ଯ୍ୟୋଧନ ମିଶ୍ର ଛେରା ପହଁରା କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories