ସମ୍ବଲପୁର: ସମ୍ବଲପୁରର ଧନୁପାଲି ଥାନା ଅର୍ନ୍ତଗତ ଭତରା ଅଞ୍ଚଳରେ ଏକ କୂଅ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ବୁଧବାର ସକାଳ ସମୟରେ ଉଦ୍ଧାର କରାଯାଇଛି। ୨ ଦିନ ହେବ ତାଙ୍କର ଶ୍ୱଶୁର ଘରକୁ ଯାଉଛି ବୋଲି କହି ନିଖୋଜ ଥିବା ଅଞ୍ଚଳ ନିବାସୀ ମନୋରଞ୍ଜନ କୁମ୍ଭାର (୩୮)ଙ୍କ ମୃତଦେହକୁ ସ୍ଥାନୀୟ ଅଞ୍ଚଳରେ ରହିଥିବା ଏକ କୂଅ ମଧ୍ୟରେ ପଡ଼ିଥିବାର ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ପହଂଚି ସ୍ଥାନୀୟ ନିବାସୀ ଓ ଅଗ୍ନିଶମ ବିଭାଗର ସହାୟତାରେ ମୃତଦେହକୁ ଉଦ୍ଧାର କରାଯାଇଥିଲା। ମୃତଦେହକୁ ପୁଲିସ ହେପାଜତରେ ନେଇ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏହି ଘଟଣାକୁ ନେଇ ଅଞ୍ଚଳରେ ଏହା ହତ୍ୟାକାଣ୍ଡ ହୋଇ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ଓ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ କହିଛି।
Popular Categories



