ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଇସ୍କନ ମନ୍ଦିର ସମ୍ମୁଖ ସର୍ଭିସ ରୋଡ଼ରେ ଗତ ୨୪ ତାରିଖ ଦିନ ଜଣେ କବାଡି ବ୍ୟବସାୟୀ କୁନା ଚନ୍ଦ୍ର ଖଟୁଆଙ୍କୁ କିଛି ଦୁବୁର୍ତ୍ତ ଲଙ୍କା ଗୁଣ୍ଡ ଫିଙ୍ଗିବା ସହ ଖଣ୍ଡାରେ ଆକ୍ରମଣ କରି ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଗୋଳନ୍ଥରା ପୁଲିସ ଆଜି ମାଷ୍ଟର ମାଇଣ୍ଡ ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପଞ୍ଚମା ଗ୍ରାମର ମାଷ୍ଟର ମାଇଣ୍ଡ ପିଣ୍ଟୁ ନାହାକ, ଆମ୍ବଗଡର ରୁଦ୍ର ଡାକୁଆ, ବ୍ରହ୍ମପୁର ଫାଷ୍ଟ ଗେଟ ଅଞ୍ଚଳର କାଳିଆ ସାହୁ ଏବଂ ଚାଞ୍ଚଡ଼ା ପଲ୍ଲୀର ଅଜୟ ଲେଙ୍କା। ଅଭିଯୁକ୍ତ ମାନଙ୍କ ଠାରୁ ପୁଲିସ ଦୁଇଟି ନମ୍ବର ବିହୀନ ମୋଟର ସାଇକେଲ, ଏକ ସ୍କୁଟି, ୩ଟି ଜୀବନ୍ତ ବୋମା, ଦୁଇଟି ଖଣ୍ଡା ସହ ନଗଦ ୮ ହଜାର ଟଙ୍କା ଜବତ କରିଛି। ମିଳିଥିବା ସୂଚନା ଅନୁଯାଇ, ପିଣ୍ଟୁ ଏବଂ କୁନା ଉଭୟ କବାଡି ବ୍ୟବସାୟ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ବ୍ୟବସାୟିକ ଶତ୍ରୁତା ଲାଗି ରହିଥିଲା ଏବଂ କିଛି ଦିନ ପୂର୍ବେ ଉଭୟ ମୁହାଁମୁହିଁ ହୋଇଥିଲେ।
Popular Categories



