ଘଣ୍ଟାପଡା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନିକଟ ଆଇସିଡିଏସ ପରିସରରେ ମଙ୍ଗଳବାର ଅପରାହ୍ନରେ ମିଶନ ଶକ୍ତି ଭବନ କଣ୍ଟାମାଳର ଶୁଭ ଉଦଘାଟନ ହୋଇଯାଇଛି। ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମିଶନ ଶକ୍ତି ଭବନର ଶୁଭ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣା, ସମାଜ ମଙ୍ଗଳ ଅଧିକାରୀ ବୌଦ୍ଧ ସୁବାସ ଚନ୍ଦ୍ର ସାମଲ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ, କଣ୍ଟାମାଳ ବିଡ଼ିଓ କଳାକୃଷ୍ଣ ପ୍ରଧାନ, କଣ୍ଟାମାଳ ତହସିଲଦାର କର୍ଣ୍ଣ ମଲ୍ଲିକ ସମେତ ବିଭିନ୍ନ ପଞ୍ଚାୟତର ମହିଳା ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ।
Popular Categories



