www.samajalive.in
Sunday, December 14, 2025
17.1 C
Bhubaneswar

ପ୍ରଫେସର ରବି ନାରାୟଣ ମିଶ୍ର ସ୍ମାରକୀ ବତ୍କୃତାମାଳା ଆୟୋଜିତ

ଗୋପାଳପୁର: ମାଣ୍ଡିଆପଲ୍ଲୀ ସ୍ଥିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ଆଜି ମହାବିଦ୍ୟାଳୟର ଡିନ ପ୍ରଫେସର ସୌମେନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ପ୍ରଫେସର୍ ରବି ନାରାୟଣ ମିଶ୍ର ସ୍ମାରକୀ ବତ୍କୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏହି ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ନୂଆ ଦିଲ୍ଲୀ ଆଇସିଏଆରର ଡିଡିଜି ଡ଼ଃ ଜୟ କୃଷ୍ଣ ଜେନା ଯୋଗ ଦେଇ ଏହି ଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସ୍ବର୍ଗତ ରବି ନାରାୟଣ ମିଶ୍ରଙ୍କ ଆଦର୍ଶ ଓ ଦକ୍ଷତା ଉପରେ ଆଲୋକପାତ କରିବା ସହ ମତ୍ସ୍ୟ ଚାଷର ଉନ୍ନତି ଉପରେ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗ ଦେଇ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି ନିମନ୍ତେ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ମାନର ଜ୍ଞାନ କୌଶଳ ଆହୋରଣ କରିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଫେସର ବିଷ୍ଣୁ ପ୍ରିୟା ମିଶ୍ର ମଞ୍ଚାସିନ ଥିଲେ। ମହାବିଦ୍ୟାଳୟର ଡିନ ପ୍ରଫେସର ସୌମେନ୍ଦ୍ର ନନ୍ଦ ସ୍ମାରକୀଙ୍କ ବିବରଣୀ ଲିଖିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁସ୍ତିକା ଓ ତାଙ୍କ ଜୀବନୀ ବିବରଣୀ ପାଠ କରିଥିଲେ। ପ୍ରଫେସର ସନ୍ତୋଷ କୁମାର ଉଦଗlତା ସଭା ପରିଚାଳନା କରିଥିଲେ। ଏହି ଅବସରରେ ଏକ ସ୍ମାରକୀ ପୁସ୍ତିକା ଅତିଥିଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ଶେଷରେ ପ୍ରଫେସର ବସନ୍ତ କୁମାର ଖୁଣ୍ଟିଆ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories