www.samajalive.in
Sunday, December 14, 2025
17.1 C
Bhubaneswar

ପ୍ରାଚୀନ ଶୈବପୀଠର ବିକାଶକୁ ତ୍ୱରାନିତ କରାଯିବ

ବଡ଼ମ୍ବା: ପ୍ରାଚୀନ ଶୈବପୀଠ ତଥା ରାଜ୍ୟର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ସିଂହନାଥ ପୀଠର ବିକାଶ ଏବଂ ରକ୍ଷଣାବେକ୍ଷଣକୁ ଅଧିକ ତ୍ୱରାନିତ କରାଯିବ। ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ପର୍ଯ୍ୟଟନ ବିକାଶ ବୋର୍ଡ଼ର ସଦସ୍ୟ ମାନସରଞ୍ଜନ ମଙ୍ଗରାଜ ବୁଧବାର ଏହି ଐତିହ ସମ୍ପନ୍ନ ପୀଠ ପରିଦର୍ଶନ କରିବା ଅବସରରେ ଏହାର ଅତ୍ୟାବଶ୍ୟକ ଭିତ୍ତିଭୂମିର ବିକାଶନେଇ ଗୁରୁତ୍ୱାରୋପ କରିଛନ୍ତି। ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ପୀଠ ପରିଦର୍ଶନ ସମୟରେ ସାଂସଦ ଶ୍ରୀ ମଙ୍ଗରାଜଙ୍କୁ ପ୍ରସ୍ତର ନିର୍ମିତ ଏହି ଜାତୀୟ ସ୍ମାରକୀକୁ ବୁଲାଇ ଦେଖାଇଥିଲେ। ଟି ସେତୁ ନିର୍ମିତ ହେବାରେ ପ୍ରତ୍ୟହ ଶହଶହ ପର୍ଯ୍ୟଟକ ପ୍ରସ୍ତର କାରୁକାର୍ଯ୍ୟପୂର୍ଣ୍ଣ ଏହି ପୀଠ ପରିଦର୍ଶନରେ ଆସୁଥିବା ବେଳେ ସେମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା,ମନ୍ଦିର ପରିସରର ବିଦ୍ୟୁତକରଣ, ମନ୍ଦିରରୁ ଖସୁଥିବା ପଥର ଏବଂ ପ୍ରାଚୀନ କର୍ତ୍ତିରାଜିର ସୁରକ୍ଷା ତଥା ଏହି ପୀଠର ଆଗନ୍ତୁକ ଶ୍ରଦ୍ଧାଳୁ କିଭଳି ଶାନ୍ତିରସହ ପ୍ରସାଦ ସେବନ କରିପାରିବେ ସେନେଇ ଏକ ଭୋଜନ ମଣ୍ଡପର ନିର୍ମାଣ ନେଇ ସାଂସଦ ଶ୍ରୀ ଜେନାଙ୍କ ସହ ବିଧାୟକ ଶ୍ରୀ ମିଶ୍ର ପରିଦର୍ଶନ ସମୟରେ ସବିଶେଷ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଦେବୋତ୍ତର ଅଧିକାରୀ ତଥା ତହସିଲଦାର ନୀଳକଣ୍ଠ ବେହେରା, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲାପରିଷଦ ସଦସ୍ୟ ରବୀନ୍ଦ୍ରକୁମାର ସାହୁ, ସ୍ଥାନୀୟ ସରପଞ୍ଚ ଯଜାତିକେଶରୀ ନାୟକ, ସମିତିସଭ୍ୟ ଜିତେନ୍ଦ୍ର କୁମାର ମଲ୍ଲିକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ମନ୍ଦିର ସେବାୟତ ଭାଗିରଥୀ ରଣା, ସରକାରୀ ଓକିଲ ବିଜୟ କୁମାର ମିଶ୍ର, ସମାଜସେବୀ ଗୋବିନ୍ଦ ସାହୁଙ୍କ ସମେତ ମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏଥିପୂର୍ବରୁ ସାଂସଦ ଶ୍ରୀ ମଙ୍ଗରାଜଙ୍କୁ ବଡ଼ମ୍ବା କାର୍ଯ୍ୟରତ ସାମ୍ବାଦିକମାନେ ବ୍ଲକ ଅତିଥିକକ୍ଷରେ ପୁଷ୍ପଗୁଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଖୁବଶିଘ୍ର ସିଂହନାଥ ପୀଠର ବିକାଶ କାର୍ଯ୍ୟକୁ ତ୍ୱରାନିତ କରାଯିବାନେଇ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯିବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ ଉପସ୍ଥିତ ସାମ୍ବାଦିକମାନଙ୍କୁ କହିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories