www.samajalive.in
Monday, December 15, 2025
15.1 C
Bhubaneswar

ସମ୍ବଲପୁରରେ ମାତିଛନ୍ତି ଚୋର: ଧରାପଡ଼ିଲେ ୬ ଡକାୟତ

ସମ୍ବଲପୁର: ସମ୍ବଲପୁର ବରେଇପାଲି ଥାନାଞ୍ଚଳ ଅର୍ନ୍ତଗତ ଡେଙ୍ଗସର୍ଗି ଅଞ୍ଚଳର ବାଲାଜୀ ନଗରରେ ରହୁଥିବା ନିବାସୀ ପ୍ରଦୀପ କୁମାର ରଣା (୩୪) ଙ୍କ ଘରେ ଭଡା ରହୁଥିବା ୨ ଜଣ ବ୍ୟକ୍ତିଙ୍କ ଘରୁ ଗତ ମେ ୨୭ ତାରିଖ ବିଳମ୍ବିତ ରାତ୍ରିରେ ସୁନାଗହଣା ସହିତ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବାର ଅଭିଯୋଗ ଥାନାରେ ହୋଇଥିଲା। ଏଣୁ ପୁଲିସ ମାମଲା ସଂଖ୍ୟା ୧୦୬/୨୦୨୩ ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ପାରମ୍ପରିକ ଓ ଟେକନିକାଲ ତଦନ୍ତ ସମୟରେ ଏହି ଦୁଇଟି ଘରରେ ହୋଇଥିବା ଚୋରିର ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ମାନେ ପଡୋଶୀ ବରଗଡ଼ ଜିଲାର ବୋଲି ଜଣାପଡ଼ିଥିଲା। ଏଣୁ ପୁଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଏହି ଚୋର ଦଳ ପଛରେ ଲାଗିଥିଲା। ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ସମ୍ବଲପୁର ପୁଲିସ ଏହି ଘଟଣାରେ ମାଷ୍ଟର ମାଇଣ୍ଡ ବରଗଡ଼ ରେଳ ଷ୍ଟେସନ ନିକଟରେ ଥିବା ଗୋଲପଡ଼ାର ନିବାସୀ ମହେଶ କୁମାର ଶର୍ମା ଓରଫ ଗୁଡ୍ଡୁ (୩୪) ଓ ଘନଶ୍ୟାମ ଘାସି ଓରଫ ଉଣ୍ଡୁ (୨୨) ଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଏହା ପରେ ସେମାନଙ୍କ ଠାରୁ ଅନ୍ୟ ସହଯୋଗୀ ବରଗଡ଼ ଗୋପପଡ଼ା ନିବାସୀ ସୁନୀଲ ବେରିହା (୧୯), ସୋନୁ ସାଗର (୨୫), ସୁତାମିଲ ଛକର ପଙ୍କଜ ସାଥୁଆ (୨୩) ଓ ସମ୍ବଲପୁରର କ୍ଷେତରାଜପୁର ଥାନା ଅର୍ନ୍ତଗତ ମନ୍ଥନ ହରିପାଲ (୨୪) ଙ୍କୁ ପୁଲିସ ଗିରଫ କରିଥିଲା। ପୁଲିସ ଅଭିଯୁକ୍ତ ମାନଙ୍କ ନିକଟରୁ ତରଳା ଯାଇଥିବା ୪୦ ଗ୍ରାମ ସୁନା, ନଗଦ ୨୧ ହଜାର ଟଙ୍କା, ୨ଟି ଲାଫଟଫ, ୨ଟି ଏଲଇଡି ଟିଭି, ୨୨ଟି ମୋବାଇଲ, ୨ ବସ୍ତା ଚାଉଳ, ୨ଟି ସ୍କୁ ଡ୍ରାଇଭର, ଗୋଟିଏ ଲୁହା ଛଡ, ଖଣ୍ଡା, ହକି ବାଡି ସମେତ ଅପରାଧିକ ଘଟଣାରେ ବ୍ୟବହୃତ ନମ୍ବର ବିହୀନ ଗୋଟିଏ କଳା ରଙ୍ଗର ହୁଣ୍ଡାଇ ଭରନା କାର ଏବଂ ଏକ ମାରୁତି ସ୍ୱିଫ୍ଟ କାର ଗୁଡିକୁ ଜବତ କରିଛି।

ଏହି ମର୍ମରେ ସଦର ଏସଡିପିଓ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ଅଭିଯୁକ୍ତ ମାନେ ଅଭ୍ୟାସଗତ ଅପରାଧି ଏବଂ ସେମାନଙ୍କ ନାମରେ ପୁର୍ବରୁ ବରଗଡ଼ ଜିଲା ସମେତ ଅନ୍ୟ ଜିଲାରେ ମାମଲା ଗୁଡିକ ରହିଛି। ବିଗତ ଏକ ବର୍ଷ ହେବ ସେମାନେ ସମ୍ବଲପୁରର ପ୍ରାୟତଃ ସମସ୍ତ ଆପାର୍ଟମେଣ୍ଟ ଗୁଡିକୁ ବୁଲି ରେକି କରିଥିବାର ତଦନ୍ତ ସମୟରେ ଜଣାପଡ଼ିଛି ବୋଲି ଏସଡିପିଓ କହିଛନ୍ତି। ଅପରପକ୍ଷରେ ପୁଲିସ ସୂତ୍ରରୁ ପ୍ରକାଶ ଯେ, ମୁଖ୍ୟ ଅଭିଯୁକ୍ତ ଓ ତାର ସହଯୋଗୀ ଅନେକ ଦିନରୁ ଚୋରି କାର୍ଯ୍ୟରେ ଲାଗିଥିବା ବେଳେ ସେମାନେ ଚୋରି ଟଙ୍କାରେ ବିଦେଶ ମଧ୍ୟ ଭ୍ରମଣ କରିଥିବାର ତଦନ୍ତ ସମୟରେ ଜଣାପଡ଼ିଛି। ଅପରପକ୍ଷରେ ଏହି ମାମଲାରେ ପୁଲିସ କିଛିଟା ସଫଳତା ପାଇଥିବା ବେଳେ କିନ୍ତୁ ବିଗତ ଦିନରେ ଅଇଁଠାପାଲି ଥାନା ଅର୍ନ୍ତଗତ ବାଲାଜୀ ଗ୍ରୀନ କଲୋନୀରେ ହୋଇଥିବା ସିରିଜ ଚୋରି ଘଟଣାରେ ଏ ପର୍ଯ୍ୟନ୍ତ ପୁଲିସର ହାତ ଖାଲି ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories