QNETIC – Mobile

ପାଟଣାର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ

ପିପିଳିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ପାଟଣା: ପିପିଳିଆ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ଅଧ୍ୟକ୍ଷ ନିରାକାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଶିକ୍ଷା ବିଭାଗର ପ୍ରାଧ୍ୟାପକ ଅମିୟ କୁମାର ରାଉତ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଯୋଗ ପ୍ରଦର୍ଶନ ସହିତ ଯୋଗର ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରିଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ହେମନ୍ତ କୁମାର ମିଶ୍ର ଏବର୍ଷ ନିର୍ଦ୍ଧାରିତ ଯୋଗ ଦିବସର ବିଷୟ ବସୁଧୈବ କୁଟୁମ୍ବକମ୍ ବିଷୟରେ ସୂଚନା ଦେଇଥିଲେ। ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ଯୋଗ ଶିକ୍ଷା କରିଥିଲେ। ଶେଷରେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଅଲେଖ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ତୁରୁମୁଙ୍ଗାରେ ବିଶ୍ଵ ଯୋଗ ଦିବସ
ତୁରୁମୁଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଗ ଦିବସ ରେ ତୁରୁମୁଙ୍ଗା ଶିଶୁ ମନ୍ଦିରର ଛାତ୍ରଛାତ୍ରୀ, ଅଭିଭାବକ, ଗୁରୁଜୀ ଗୁରୁମା, ବିଦ୍ୟାବାଟିକା ଶିଶୁ ଭାଇଭଉଣୀ, ଶୁଭେଛୁ, ବୁଦ୍ଧିଜୀବି ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ତୁରୁମୁଙ୍ଗା ସ୍ବାସ୍ଥ୍ୟ କେନ୍ଦ୍ରର ସରକାରୀ ଯୋଗ ଶିକ୍ଷକ ଅଖିଳ ନାଏକ ଓ ଶିଶୁ ମନ୍ଦିର ଯୋଗ ଆଚାର୍ଯ୍ୟ ଉତ୍ତମ କୁମାର ମହାନ୍ତଙ୍କ ତତ୍ଵାବଧାନରେ ଯୋଗ ଶିକ୍ଷା କରିବା ସହିତ ଯୋଗ କରିବା ଦ୍ୱାରା କ’ଣ ସବୁ ଉପକାର ହୋଇଥାଏ ତାହା ବୁଝାଇଥିଲେ। ଏହା ସହିତ ବିଶ୍ଵ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ଅଖିଳ ନାଏକ, ବିଦ୍ୟାଳୟର ସଭାପତି ପ୍ରଦୀପ କୁମାର ସାହୁ, ଉପସଭାପତି ସୁଧାଂଶୁ ଶେଖର ସାହୁ, ପ୍ରଧାନ ଆଚର୍ଯ୍ୟ ବାବାଜୀ ପଣ୍ଡା, ମୋଚିରାମ ସାହୁ, ଗୋକୁଳ ପାତ୍ର, ସୁଢ଼ଳ ଗିରି, ଶିବ ଶଙ୍କର ଗିରି, ରମେଶ ବାରିକ୍ ଏବଂ ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହିଥିଲେ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଯୋଗ ଦିବସ
ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଟିକିରା ପରିସରରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏଥିରେ ଯୋଗ ଦେଇ ବିଦ୍ୟାଳୟର ଭାରପ୍ରାପ୍ତ ଶିକ୍ଷକ ସୁଭେନ୍ଦୁ କୁମାର ମହାରାଜ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଦ୍ଵାରା କିପରି ଶରୀର ଓ ମନକୁ ଛାତ୍ରଛାତ୍ରୀ ମାନେ ସୁସ୍ଥ ରହିପାରିବେ ସେ ସମ୍ପର୍କରେ ମାର୍ଗ ଦର୍ଶନ ଦେଇଥିଲେ। କ୍ରୀଡ଼ା ଶିକ୍ଷୟତ୍ରୀ ନୀଳ କଣ୍ଠେଶ୍ୱରୀ ସାହୁ ଛାତ୍ରଛାତ୍ରୀ ମାନଙ୍କୁ ମୁଦ୍ରା, ବ୍ୟାୟମ,ପ୍ରାଣାୟମ, ଯୋଗ ଶିକ୍ଷା ପ୍ରଦାନ କରିଥିବା ବେଳେ ନବାଗତ ଓ ପୁରାତନ ଛାତ୍ରଛାତ୍ରୀ ମାନେ ଆଗ୍ରହର ସହ ଯୋଗ ଦିବସ ପାଳନ ସହ ଯୋଗ ଶିକ୍ଷା କରିଥିଲେ।

ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ
ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ପୁର୍ଣ୍ଣଚନ୍ଦ୍ର ଦାଶ, ଅଧ୍ୟାପକ ଯୋଗେଶ୍ୱର ପତି ଓ ରଜତ କୁମାର ଦାଶ ପ୍ରମୁଖ ଯୋଗ ଦେଇ ଯୋଗ ଅଭ୍ୟାସ ଦ୍ଵାରା ଶରୀର ଓ ମନ ସୁସ୍ଥ ରହିବା ଭଳି ଉପାଦେୟତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। କ୍ରୀଡ଼ା ଶିକ୍ଷକ ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କୁ ଶାରୀରିକ ବ୍ୟାୟାମ ଭଳି ଯୋଗ କେବଳ ଆଧ୍ୟାତ୍ମିକତା ଆଡକୁ ଆକର୍ଷିତ କରିନଥାଏ ଶରୀର ପାଇଁ ବେଶ ଉପାଦେୟ ହୋଇଥାଏ ବୋଲି ମତ ରଖିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଓ ପ୍ରାଣାୟାମ ଶିକ୍ଷା ପ୍ରଦାନ କରି ଯୋଗ ଦିବସ ପାଳନ କରିଥିଲେ।

Comments are closed.