www.samajalive.in
Sunday, December 14, 2025
17.1 C
Bhubaneswar

ସମ୍ବଲପୁର ପାନ୍ଥନିବାସରେ ରଜ ମଉଜ

ସମ୍ବଲପୁର: ଓଡ଼ିଶାର ସଂସ୍କୃତି ଓ ପର୍ବପର୍ବାଣି କୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ୨୦୧୦ ମସିହାରୁ ପ୍ରତି ବର୍ଷ ରାଜ୍ୟରେ ଥିବା ପାନ୍ଥନିବାସ ଗୁଡିକରେ ରଜ ପର୍ବ ପାଳନ କରାଯାଉଛି। ଚଳିତ ବର୍ଷ ମଧ୍ୟ ୧୪ ତାରିଖରୁ ପ୍ରତି ଦିନ ସନ୍ଧ୍ୟା ସାଢ଼େ ୫ଟା ରୁ ୮ଟା ପର୍ଯ୍ୟନ୍ତ ରଜ ପର୍ବ ସମ୍ବଲପୁର ସ୍ଥିତ ପାନ୍ଥନିବାସର ପ୍ରାଙ୍ଗଣରେ ପାଳନ କରାଯିବ। ପରିଚାଳକ ସନ୍ତୋଷ ସାମନ୍ତରାୟ ଙ୍କ ଅନୁଯାୟୀ ରଜ ପର୍ବ ପାଳନ ସମୟରେ ପୋଡ ପିଠା, ଆରିଶା ପିଠା, କାକରା, ମଣ୍ଡା, ଚକୁଳି ପିଠା, ଲବଙ୍ଗଲତା, ଗଜା, ଦହି ବଡା, ଗୁଲାବ ଜାମୁନ, ପାନ ଆଦି ପାରମ୍ପରିକ ପିଠା ଓ ଖାଦ୍ୟର ସୁବ୍ୟବସ୍ଥା କରାଯାଇଛି। ଏହା ପର୍ବ ପାଳନ ସମୟରେ ଜନସାଧାରଣ ରଜ ପିଠା ସହିତ ରଜ ଦୋଳିର ମଜା ମଧ୍ୟ ନେଇ ପାରିବେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories