ରାୟଗଡ: କାଶୀପୁର ବ୍ଲକରେ ହୋଇଥିବା ପୁର୍ବତନ ଯୁବ କଂଗ୍ରେସ ସଭାପତି ଗଜେନ୍ଦ୍ର ନାଏକଙ୍କ ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ଉତ୍ତ୍ୟକ୍ତ ସମର୍ଥିତ ଜନତା ଚାନ୍ଦଗିରି ଗାଁ ରେ ଗୋଟିଏ ଘର ପୋଡ଼ି ଦେଇଥିବା ସହ ଅଭିଯୁକ୍ତଙ୍କ ଘର ସହ ଅନ୍ୟ ଦୁଇଟି ଘର ଭଙ୍ଗାରୁଜା କରିଥିବା ସୁତ୍ରରୁ ଖବର ମିଳିଛି। ଯାହାଫଳରେ ତିନି ପରିବାର ଅସହାୟ ଓ ଭୟଭୀତ ଅବସ୍ଥାରେ ରହୁଥିବା ଜଣାପଡ଼ିଛି। ସୁଚନା ମୁତାବକ ହତ୍ୟା କରିଥିବା ବାଘ ଗୌଡ଼ ଓ ତାଙ୍କ ଦୁଇ ପୁଅ ଏଯାବତ ଫେରାର ଥିବା ବେଳେ ସେହି ଗାଁର ବାଘ ଗୌଡଙ୍କ ଘର ଭାଙ୍ଗିବା ସହ ଅନ୍ୟ ନିର୍ଦ୍ଦୋଷ ପରିବାରଙ୍କ ଘରେ ଉତ୍ତ୍ୟକ୍ତ ଜନତା ନିଆଁ ଲଗେଇ ଦେଇଥିବା କିଛି ଲୋକ ନାମ ପ୍ରକାଶ ନକରିବାକୁ ଅନୁରୋଧ କରି ଖବର ଦେଇଛନ୍ତି। ନିର୍ଦ୍ଦୋଷ ବେସାହାରା ବ୍ୟକ୍ତି ହେଲେ ରାମଚନ୍ଦ୍ର ଗୌଡ଼, ପିତା ହରି ଗୌଡ଼ ଓ ତ୍ରିନାଥ ଗୌଡ଼ ପିତା ବାସା ଗୌଡ଼। ଉକ୍ତ ଘରେ ତାଙ୍କର ଦୈନନ୍ଦିନ ଆସବାବ ସହ ବର୍ଷର ଫସଲ ପୁରା ଜଳି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ଆମେ କାଶୀପୁର ଭାରପ୍ରାପ୍ତ ଥାନାଧିକାରୀ ଓ ଘଟଣାର ତଦନ୍ତକାରି ଅଧିକାରି ପୁରୋଷତ୍ତମ ଜାନିଙ୍କୁ ପଚାରିବାରୁ ସେ ଏ ନେଇ ଏତଲା ହୋଇଥିବା କହିଥିବା ବେଳେ ଅନ୍ୟ କିଛି ସୁଚନା ଦେବାକୁ ମନା କରିଦେଇଥିଲେ। ଘଟଣାର ତଦନ୍ତ ଚାଲିଛି ଓ ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଧରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
Popular Categories



