www.samajalive.in
Monday, December 8, 2025
13.1 C
Bhubaneswar

କଂଗ୍ରେସ ନେତା ହତ୍ୟା ଘଟଣା, ଘର ପୋଡ଼ିଦେଲେ ଉତ୍ତ୍ୟକ୍ତ ସମର୍ଥିତ ଲୋକେ

ରାୟଗଡ: କାଶୀପୁର ବ୍ଲକରେ ହୋଇଥିବା ପୁର୍ବତନ ଯୁବ କଂଗ୍ରେସ ସଭାପତି ଗଜେନ୍ଦ୍ର ନାଏକଙ୍କ ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ଉତ୍ତ୍ୟକ୍ତ ସମର୍ଥିତ ଜନତା ଚାନ୍ଦଗିରି ଗାଁ ରେ ଗୋଟିଏ ଘର ପୋଡ଼ି ଦେଇଥିବା ସହ ଅଭିଯୁକ୍ତଙ୍କ ଘର ସହ ଅନ୍ୟ ଦୁଇଟି ଘର ଭଙ୍ଗାରୁଜା କରିଥିବା ସୁତ୍ରରୁ ଖବର ମିଳିଛି। ଯାହାଫଳରେ ତିନି ପରିବାର ଅସହାୟ ଓ ଭୟଭୀତ ଅବସ୍ଥାରେ ରହୁଥିବା ଜଣାପଡ଼ିଛି। ସୁଚନା ମୁତାବକ ହତ୍ୟା କରିଥିବା ବାଘ ଗୌଡ଼ ଓ ତାଙ୍କ ଦୁଇ ପୁଅ ଏଯାବତ ଫେରାର ଥିବା ବେଳେ ସେହି ଗାଁର ବାଘ ଗୌଡଙ୍କ ଘର ଭାଙ୍ଗିବା ସହ ଅନ୍ୟ ନିର୍ଦ୍ଦୋଷ ପରିବାରଙ୍କ ଘରେ ଉତ୍ତ୍ୟକ୍ତ ଜନତା ନିଆଁ ଲଗେଇ ଦେଇଥିବା କିଛି ଲୋକ ନାମ ପ୍ରକାଶ ନକରିବାକୁ ଅନୁରୋଧ କରି ଖବର ଦେଇଛନ୍ତି। ନିର୍ଦ୍ଦୋଷ ବେସାହାରା ବ୍ୟକ୍ତି ହେଲେ ରାମଚନ୍ଦ୍ର ଗୌଡ଼, ପିତା ହରି ଗୌଡ଼ ଓ ତ୍ରିନାଥ ଗୌଡ଼ ପିତା ବାସା ଗୌଡ଼। ଉକ୍ତ ଘରେ ତାଙ୍କର ଦୈନନ୍ଦିନ ଆସବାବ ସହ ବର୍ଷର ଫସଲ ପୁରା ଜଳି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ଆମେ କାଶୀପୁର ଭାରପ୍ରାପ୍ତ ଥାନାଧିକାରୀ ଓ ଘଟଣାର ତଦନ୍ତକାରି ଅଧିକାରି ପୁରୋଷତ୍ତମ ଜାନିଙ୍କୁ ପଚାରିବାରୁ ସେ ଏ ନେଇ ଏତଲା ହୋଇଥିବା କହିଥିବା ବେଳେ ଅନ୍ୟ କିଛି ସୁଚନା ଦେବାକୁ ମନା କରିଦେଇଥିଲେ। ଘଟଣାର ତଦନ୍ତ ଚାଲିଛି ଓ ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଧରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Hot this week

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

Related Articles

Popular Categories