www.samajalive.in
Sunday, December 14, 2025
19.1 C
Bhubaneswar

ବୈଦ୍ୟୁତିକ ସାମଗ୍ରୀ ଦୋକାନରେ ଅଗ୍ନିକାଣ୍ଡ

ଆଠଗଡ଼: ଆଠଗଡ଼ ସହରର ହେମମାଳପୁରସ୍ଥିତ ବୈଦ୍ୟୁତିକ ସାମଗ୍ରୀ ବିକ୍ରୟ କରୁଥିବା ଶ୍ୱେତପ୍ରଭା ଏଜେନ୍ସିର ଚତୁର୍ଥ ମହଲାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ବହୁ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଦମକଳ ବାହିନୀର ସମୟପୋଯୋଗୀ ପଦକ୍ଷେପ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ରକ୍ଷା ପାଇଯାଇଛି। ମଧ୍ୟାନ୍ନ ପ୍ରାୟ ୧୨ଟା ବେଳେ ଦୋକାନ କର୍ମଚାରୀମାନେ ଉପର ମହଲାରେ ଧୂଆଁ ଦେଖି ମାଲିକଙ୍କୁ ଖବର ଦେଇଥିଲେ। ମାଲିକ ଲସିତ୍‌‌ ବରଣ ମହାନ୍ତି ତୁରନ୍ତ ଦମକଳ ବାହିନୀକୁ ଖବର ଦେବାର ୧୫ମିନିଟ ମଧ୍ୟରେ ଆଠଗଡ଼ ଅଗ୍ନିଶମ ବିଭାଗର ୨ଟି ଦମକଳ ଓ ୨୦ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଲିଭାଇବାରେ ସଫଳ ହୋଇଥିଲେ। କ୍ଷୟକ୍ଷତିର ପ୍ରକୃତ ପରିମାଣ ଜଣାପଡ଼ିନଥିଲେ ମଧ୍ୟ ବଡ ଧରଣର କ୍ଷୟକ୍ଷତିରୁ ରକ୍ଷା ମିଳିଯାଇଛି ବୋଲି ଦୋକାନର ମାଲିକଙ୍କ ସୁତ୍ରରୁ ପ୍ରକାଶ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳା ମୃତ୍ୟୁକୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories