www.samajalive.in
Sunday, December 14, 2025
26.1 C
Bhubaneswar

ବୃଦ୍ଧ ଜେଜେ କାନ୍ଧରେ ଦୁଇ ଶିଶୁଙ୍କ ଭାଗ୍ୟ, ଆହାର କେନ୍ଦ୍ରରୁ ଉଦ୍ଧାର କଲା ପ୍ରଶାସନ

ବୌଦ୍ଧ: ମୁଣ୍ଡ ଊପରେ ଡହ ଡହ ଟାଣ ଖରା, ହାତରେ ବାଡି ଖାଲି ପାଦରେ ଜେଜେ ଓ ନାତି ପହଞ୍ଚିଥିଲେ ବୌଦ୍ଧ ଆହାର କେନ୍ଦ୍ରରେ। ଉଦ୍ଦେଶ୍ୟ ଥିଲା କିଛି ଖାଦ୍ୟ ମିଳିଗଲେ ଓଳିଏ ଚଳିଯିବେ। ଏହିଭଳି ଅବସ୍ଥାରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ସହିତ ତାଙ୍କର ୮ ବର୍ଷର ନାତିକୁ ଜିଲା ପ୍ରଶାସନ ପକ୍ଷରୁ ବୌଦ୍ଧ ଆହାର କେନ୍ଦ୍ର ନିକଟରୁ ଉଦ୍ଧାର କରି ଆଶ୍ରୟ କେନ୍ଦ୍ରରେ ରଖାଯାଇଛି।

ସୂଚନା ମୁତାବକ ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ପଞ୍ଚାୟତର କମଳପୁର ଗ୍ରାମର ଦ୍ୱିତିୟା ମାଝିଙ୍କ ପୁଅ ଦୁଇବର୍ଷ ହେଲା ପାଗଳାମୀ କାରଣରୁ ବାହାରେ ବୁଲିବାପରେ ତାଙ୍କର ପତ୍ନୀ ଦୁଇ ଛୁଆଙ୍କୁ ଛାଡି କେଉଁଆଡେ ଚାଲିଯାଇଥିଲେ। ଫଳରେ ଦୁଇ ଶିଶୁ, ନାବାଳକ ନାତି ନାତୁଣିଙ୍କ ଦାୟିତ୍ୱ ବୃଦ୍ଧ ଜେଜେଙ୍କ ଉପରେ ପଡ଼ିଥିଲା। ବାପା ପାଗଳ ହୋଇ ବାହାରେ ବୁଲୁଥିବା ଏବଂ ମାଆ ଘରଛାଡି ଚାଲିଯିବା ପରେ ଶିଶୁ କନ୍ୟାଟି ଆଈ ପାଖରେ ରହି ବିଦ୍ୟାଳୟରେ ପାଠ ପଢ଼ୁଥିବା ବେଳେ ନାବାଳକ ନାତିକୁ ଧରି ୮୦ ବର୍ଷୀୟ ଦ୍ୱିତିୟା ବିଭିନ୍ନ ଲୋକଙ୍କ ନିକଟରୁ ମାଗିଯାଚି ତାକୁ ପ୍ରତିପୋଷଣ କରିଆସୁଛନ୍ତି। ଆହାର କେନ୍ଦ୍ର ନିକଟରେ ଉଭୟ ଜେଜେ ନାତିକୁ ଦେଖି କେନ୍ଦ୍ରର କର୍ମଚାରୀମାନେ ଏ ସଂପର୍କରେ ସୂଚନା ଦେବାପରେ ବୌଦ୍ଧ ଏନଏସି ପକ୍ଷରୁ ଉଭୟଙ୍କୁ ଉଦ୍ଧାର କରି ଆଶ୍ରୟ କେନ୍ଦ୍ରରେ ରଖାଯାଇଥିଲା। ତେବେ ନାତିର ଭବିଷ୍ୟତ ସୂରକ୍ଷା ଓ ଥଇଥାନ ପାଇଁ ଜେଜେବାପା ଦ୍ୱିତିୟା ପ୍ରଶାସନ ନିକଟରେ ଗୁହାରି ଜଣାଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories