www.samajalive.in
Sunday, December 14, 2025
14.1 C
Bhubaneswar

ସ୍ୱଭାବ କବିଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ: ବୌଦ୍ଧ ସହର ବୁଟୁପାଲି ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନ କରିବା ପାଇଁ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ପକ୍ଷରୁ ମଙ୍ଗଳବାର ଦିନ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସୂଚନା ମତେ, ସ୍ୱଭାବ କବି ଗଙ୍ଗାଧର ଏହି ସଂଗଠନର ଓ ମେହେର ସଂପ୍ରଦାୟର କୁଳଗୁର। ବୌଦ୍ଧ ସହରର ବୁଟୁପାଲି ମୁଖ୍ୟରାସ୍ତା ପାର୍ଶ୍ବରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ପର୍ବପର୍ବାଣୀରେ ପୂଜା ଅର୍ଚ୍ଚନା କରୁଥିଲେ। ଏମିତିବି ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଖାଇ ଦିନ ସମସ୍ତ ମେହେର ସଂପ୍ରଦାୟର ଛୋଟ ବଡ ଠାରୁ ଏଠାରେ ପ୍ରଣାମ କରିଥାଆନ୍ତି। ଏହା ସହ ପବିତ୍ର ରକ୍ଷା ବନ୍ଧନରେ ରାକ୍ଷୀ ପୁଣ୍ଣିମାରେ ରାଖି ବାନ୍ଧିଥାଆନ୍ତି। ଅନ୍ୟ ପର୍ବ ପର୍ବାଣୀ ଦିପାବଳୀ, ନୁଆବର୍ଷ, କାତ୍ତିକ ଚତୁଦର୍ଶରେ ମଧ୍ୟ ପୁଜାର୍ଚ୍ଚନା କରିଥାନ୍ତି। କିନ୍ତୁ ବୁଟୁପାଲି ମୁଖ୍ୟ ରାସ୍ତାରେ ପାର୍ଶ୍ବରେ ଥିବା ପ୍ରତିମୁର୍ତ୍ତିକୁ ପ୍ରଶାସନ ପକ୍ଷରୁ ଦୀର୍ଘ ଦିନ ହେବ ଅନ୍ୟତ୍ର ହଟାଇ ନିଆଯାଇଛି।

ରାସ୍ତା ପ୍ରଶସ୍ତିକରଣ ନାମରେ ଏହାକୁ ଉଠାଇ ନିଆଯାଇଥିବା କୁହାଯାଉଛି। କିନ୍ତୁ ବର୍ତ୍ତମାନ ଆମର କୁଳଗୁରୁଙ୍କ ପ୍ରତିମୁର୍ତ୍ତି ନଥିବାରୁ ଆମେ ମୁରବୀ ଶୁନ୍ୟ ଅବସ୍ଥାରେ ରହିଥିବା ଅଭିଯୋଗ କରିଛନ୍ତି। ଏନେଇ ପ୍ରତିମୁର୍ତ୍ତ ପୁର୍ବ ସ୍ଥାନରେ ସ୍ଥାପନ କରିବାକୁ ମେହେର ସଂଗଠନ ଦାବୀ କରାଯାଉଛି। ଯଦି ଏଠାରେ ବସିବାର କୌଣସି ଅସୁବିଧା ହେଉଛି, ତେବେ ହାତୀଶାଳ କି ରଇଠାଣୀ ବାଇପାସ ଛକରେ ସ୍ଥାପନ କରାଯିବାକୁ ଦାବୀ କରିଛନ୍ତି। ସେଭଳି ବିଜୁ ପଟନାୟକଙ୍କ ପ୍ରତିମୁତ୍ତି ସ୍ଥାପନ ଛକରେ ବିଜୁ ପଟନାୟକ ଛକ ଦିଆଯାଇଛି , ସେହିଭଳି ଗଙ୍ଗାଧରଙ୍କ ପ୍ରତିମୁର୍ତ୍ତି ସ୍ଥାପନ ହେବା ଛକକୁ ଗଙ୍ଗାଧର ମେହେର ଛକ ନାମରେ ନାମିତ କରିବାକୁ ଦାବୀ କରିଛନ୍ତି। ଦାବୀ ପତ୍ର ପଦାନ ସମୟରେ ସଂଗଠନର ସଭାପତି ମିନୁ ପ୍ରସାଦ ମିଶ୍ର, ସମ୍ପାଦିକା ସଂଯୁକ୍ତା ମଲିକ, ଉପଦେଷ୍ଟା ରଘୁନାଥ ମେହେର, ବିକାଶ ମେହେର, ନରସିଂହ ପାଲ, ରାମଚନ୍ଦ୍ର ମେହେର, ମଦନ ମୋହନ ପ୍ରଧାନ, ରମେଶ ପ୍ରଧାନ, ଜିତେନ୍ଦ୍ର ମେହେର, ସୁବୋଧ ପ୍ରଧାନ, ବିଭୁତି ମହାରଣା, କୃଷ୍ନଚନ୍ଦ୍ର ମେହେର, ଅରୁଣ ମେହେର, ସନ୍ତୋଷ ମେହେର, ସନ୍ତୋଷିନୀ ମେହେର ପ୍ରମୁଖ ସାମିଲ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories